ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ଲୋକପ୍ରିୟ ଟେଲି ଧାରାବାହିକ ସୋ’ ‘କୌନ ବନେଗା କୋରଡପତି’(କେବିସି)ର ପ୍ରସାରଣ ବନ୍ଦ ହେବାକୁ ଯାଉଛି। ଆଉ ମାତ୍ର ୩ ଦିନ ପରେ କେବିସିର ୧୧ତମ ସିଜିନ୍ ବନ୍ଦ ହୋଇଯିବ।
କେବିସିର ସିଜିନ ଆରମ୍ଭ ହେବା ପୂର୍ବରୁ କୁହାଯାଇଥିଲା ଯେ, ଏଥର କେବିସି ୧୩ ସପ୍ତାହ ଧରି ଚାଲିବ। ଯାହା ମଧ୍ୟରେ ମୋଟ୍ ୬୫ଟି ଏପିସୋଡ୍ ସ୍ଥାନ ପାଇବ। କେବିସି ତରଫରୁ ଦିଆଯାଇଥିବା ଏହି ସମୟ ସୀମା ଆଉ ଚାରିଦିନ ପରେ ଶେଷ ହେବାକୁ ଯାଉଛି।
ସପ୍ତାହକୁ ଚାରିଦିନ କେବିସିର ଏପିସୋଡ୍ ପ୍ରସାରିତ ହେଉଥିଲା। ପ୍ରତି ଶୁକ୍ରବାର କର୍ମବୀର ସ୍ପେଶାଲ୍ ଏପିସୋଡରେ ଦେଶର ବହୁ ବ୍ୟକ୍ତି ଯୋଗଦେଇଥିଲେ। କେବିସିର ଏହି ସିଜିନରେ ଓଡ଼ିଶାରୁ କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଦୌଡରାଣୀ ଦୂତୀ ଚାନ୍ଦ ପ୍ରମୁଖ ଯୋଗଦେଇଥିଲେ।
କେବିସିର ୧୧ତମ ସିଜିନରେ ପ୍ରତିଯୋଗୀଙ୍କ ଜିତିବା ପାଇଁ ସର୍ବାଧିକ ୭କୋଟି ଟଙ୍କା ରଖାଯାଇଥିଲା। ଏଥିପାଇଁ ପ୍ରତିଯୋଗୀମାନଙ୍କୁ ମୋଟ୍ ୧୬ଟି ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡ଼ିବ। କେବିସିର ଏହି ସିଜିନରେ କୌଣସି ପ୍ରତିଯୋଗୀ ୭କୋଟି ଟଙ୍କା ଜିତିପାରିନାହାନ୍ତି।

















