ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କୌନ ବନେଗା କରୋଡପତି (କେବିସି) ସିଜିନ ୧୨ର ଦ୍ୱିତୀୟ କୋଟିପତି ହୋଇଛନ୍ତି ଆଇପିଏସ୍‌ ମୋହିତା ଶର୍ମା। ନଭେମ୍ବରରେ ୧୭ରେ ପ୍ରସାରିତ ହୋଇଥିବା ଏପିସୋଡରେ ମୋହିତା ଶର୍ମା ୧୫ ଟି ପ୍ରଶ୍ନର ଉତ୍ତର ଦେଇ ୧ କୋଟି ଟଙ୍କା ଜିତିଛନ୍ତି।

ଆଇପିଏସ୍‌ ପାଇଁ ପ୍ରସ୍ତୁତ ହେଲା ବେଳେ ସେ ଯେଉଁ ପାଠ ସବୁ ପଢ଼ିଥିଲେ ତାହା ହିଁ କେବିସି ଜିତିବାରେ ତାଙ୍କୁ ସାହାଯ୍ୟ କରିଛି ବୋଲି କହିଛନ୍ତି ମୋହିତା।

ମୋହିତା ୨୦୧୭ ବ୍ୟାଚର, ଜମ୍ମୁ କଶ୍ମୀର କ୍ୟାଡର ଆଇପିଏସ୍ ଅଫିସର। ତେବେ କେବିସିରେ ଆସିବା ମୋହିତାଙ୍କ ସ୍ୱାମୀଙ୍କର ସ୍ୱପ୍ନ ଥିଲା। ସେ ଏହି ସୋ’ରେ ଆସି କୋଟିପତି ହେବା ସହ ସ୍ୱାମୀଙ୍କର ସ୍ୱପ୍ନ ପୂରା କରିପାରିଥିବାରୁ ବେଶ୍‌ ଖୁସି ଅଛନ୍ତି ମୋହିତା।

ଗତ ସ୍ୱାମୀ ଗତ ୨୦ ବର୍ଷ ଧରି କେବିସି ପାଇଁ ମୋହିତାଙ୍କ ସ୍ୱାମୀ ଚେଷ୍ଟା କରି ଆସୁଛନ୍ତି। ଏଥର ମୋହିତାଙ୍କୁ କେବିସି ପାଇଁ ଚେଷ୍ଟା କରିବାକୁ କହିଥିଲେ। ମୋହିତା ସ୍ୱାମୀଙ୍କ ଇଚ୍ଛା ପୂରଣ କରିବା ପାଇଁ କେବିସିରେ ଆବେଦନ କରିଥିଲେ। ମୋହିତାଙ୍କୁ ଚୟନ ମଧ୍ୟ କରାଯାଇଥିଲା।

କେବିସି ଆସିବା ପରେ ହଟ୍‌ସିଟରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସେ ଆଗକୁ ବଢ଼ିଥିଲେ। ଶେଷ ରାଉଣ୍ଡରେ ୭ କୋଟିର ପ୍ରଶ୍ନ ଉପରେ ସୋ’ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

ମୋହିତାଙ୍କ ପୂର୍ବରୁ ଏହି ସଜିନର ପ୍ରଥମ କୋଟିପତି ହୋଇଥିଲେ ଦିଲ୍ଲୀର ନାଜିଆ ନସିମ। ନଭେମ୍ବର ୧୧ ରେ ପ୍ରସାରିତ ହୋଇଥିବା ଏପିସୋଡରେ ନାଜିଆ ୧ କୋଟି ଜିତିଥିଲେ। ନାଜିଆ ଦିଲ୍ଲୀର ରୟାଲ୍ ଇନଫିଲ୍ଡ କମ୍ପାନିରେ କମ୍ୟୁନିକେସନ ମ୍ୟାନେଜର ଭାବେ କାମ କରୁଛନ୍ତି।

Comment