ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ପାଇଁ ପୂରା ମନୋରଞ୍ଜନ ଜଗତ ଠପ୍‌ ହୋଇପଡ଼ିଛି। ଏପରି ସ୍ଥିତିରେ ଅନେକ ଚ୍ୟାନେଲ ତାଙ୍କର ପୁରୁଣା ସୋ’ର ରିଟେଲିକାଷ୍ଟ କରୁଛନ୍ତି। କିନ୍ତୁ ମେଗାଷ୍ଟାର ଅମିତାଭ ବଚ୍ଚନ ପ୍ରଶଂସକଙ୍କ ପାଇଁ ତାଙ୍କର ‘କୌନ ବନେଗା କରୋଡପତି’ର ନୂଆ ସିଜିନ ଆଣିବାକୁ ଯାଉଛନ୍ତି। ଆଜିଠାରୁ ସୋ’ରେ ପଞ୍ଜୀକରଣ ପାଇଁ ଅମିତାଭ ବଚ୍ଚନ ପ୍ରଶ୍ନ ପଚାରିବା ଆରମ୍ଭ କରିବେ।

ଆଜି ରାତି ୯ଟାରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ କେବିସି ପଞ୍ଜୀକରଣ ସହ ଜଡିତ ପ୍ରଶ୍ନ ପଚରାଯିବ। ମେ’ ୨୨ଯାଏଁ ଏହି ପ୍ରକ୍ରିୟା ଜାରି ରହିବ। SMS କିମ୍ବା SonyLIV ଆପ୍ ମାଧ୍ୟମରେ ଆପଣ ପ୍ରଶ୍ନର ସଠିକ୍ ଉତ୍ତର ପଠାଇ ପାରିବେ।

ଅନ୍ୟପକ୍ଷରେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି କେବଳ ରେଜିଷ୍ଟ୍ରେସନ୍ ରଖାଯାଇଛି। ପ୍ରୋଗ୍ରାମ ଆରମ୍ଭ କରିବାକୁ ପ୍ରାୟ ୩ ମାସ ସମୟ ନିଆଯାଇଥାଏ।  ସେତେବେଳକୁ ପରିସ୍ଥିତ ସ୍ୱାଭାବିକ ହୋଇଥିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here