ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୌନ ବନେଗା କରୋଡପତି’ର କର୍ମବୀର ଏପିସୋଡରେ ଶୁକ୍ରବାର ଅମିତାଭ ବଚ୍ଚନଙ୍କ ସହ ନଜର ଆସିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ତାଙ୍କ ସହିତ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଏପିସୋଡରେ ଡକ୍ଟର ସାମନ୍ତ ନିଜ ପିଲାବେଳର କଥା କହି ସୋ’ରେ କାନ୍ଦି ଥିବା ଦେଖିବାକୁ ମିଳିଥିଲା।

ଡକ୍ଟର ସାମନ୍ତ ମାତ୍ର ୪ ବର୍ଷ ବୟସର ହୋଇଥିଲେ ତାଙ୍କ ବାପାଙ୍କର ଏକ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଭାଇ ଭଉଣୀ ୫ ଜଣଙ୍କୁ ତାଙ୍କ ମା’ ଏକୁଟିଆ ପାଳି ପୋଷି ବଡ଼ କରିଥିଲେ।  ଡକ୍ଟର ସାମନ୍ତଙ୍କ ପିଲାବେଳ ଦାରିଦ୍ର୍ୟତା ଭିତରେ କଟିଥିଲା। ଏହି କଥା କହିଲା ବେଳେ ଅଚ୍ୟୁତ ଭାବୁକ ହୋଇପଡ଼ିଥିଲେ।

Comment