‘‘ଯେତେବେଳେ ମୁଁ ବଡ଼ ହେବାର ସ୍ୱପ୍ନ ଦେଖିଥିଲି ସେତେବେଳେ ମୋ ପାଖରେ କିଛି ନଥିଲା। ମୋର କେହି ଗଡଫାଦର ବି ନଥିଲେ। ମାତ୍ର ୪ ବର୍ଷ ବୟସରୁ ବାପାଙ୍କୁ ହରେଇଥିଲି। ପରିବାରର ସ୍ଥିତି ଯାହା ଥିଲା ନକହିବା ଭଲ। ତଥାପି ବହୁତ କଷ୍ଟ କରି ମୁଁ ପାଠ ପଢ଼ିଲି। ତା’ପରେ ଏକ ନିପଟ ମଫସଲରୁ ଆସି ଭୁବନେଶ୍ୱରରେ ଭଡ଼ା ଘରୁ ଆରମ୍ଭ କରିଥିଲି ଦୁଇଟି ସଂସ୍ଥା, ଯାହା ଆଜି କିଟ୍ ଓ କିସ୍ ଭାବେ ପରିଚିତ। ଏ ଲମ୍ବା ଯାତ୍ରା ଭିତରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି, କିନ୍ତୁ ଧୈର୍ଯ୍ୟ ହିଁ ମୋର ବଳ ହୋଇଛି‘‘, ଟାଇ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ଆୟୋଜିତ ‘ହଲ୍ ଅଫ୍ ଫେମ୍ ୨.O’ ଅବସରରେ କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏଭଳି ତାଙ୍କ କାହାଣୀ କହିଛନ୍ତି। ଦେଖନ୍ତୁ ଭିଡିଓ…

Comment