ଓଡ଼ିଶାଲାଇଭ୍‌ ବ୍ୟୁରୋ

କିସ୍‌ର ୧୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଉତୀର୍ଣ୍ଣ ହୋଇଛନ୍ତି। ଏବେ ସେମାନେ ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇପାରିବେ। ଏମାନଙ୍କ ମଧ୍ୟରୁ ୫ ଜଣରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ରାଙ୍କ୍‌ ଅନୁସାରେ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରଥିଲା ବେଳେ ଅନ୍ୟମାନେ କିପରି ବିଭିନ୍ନ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ ସେଥିପାଇଁ କିଟ ଓ କିସତର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ୟମ କରୁଛନ୍ତି।

କିସ୍‌ର ଛାତ୍ର ପିଟର ମୁଣ୍ଡା, ଧରଣୀଧର ବରିହାଁ, ଲକ୍ଷ୍ମୀକାନ୍ତ ଭୁଏ, ଦିଲ୍ଲୀପ ଟେଟେ, ସରୋଜ କୁମାର ଦେହୁରୀ, ବୃନ୍ଦାବନ ମାଝୀ, ସହଦେବ ମାଝୀ, ସମୀର କୁମାର ନାଏକ, ଛାତ୍ରୀ ଖ୍ରିଷ୍ଟିନା ପ୍ରଧାନ, ସେବତୀ ଟୁଡୁ ଏବଂ ନମ୍ରତା ହାଁସଦା ନିଟ୍‍ କ୍ୱାଲିଫାଏ କରିଛନ୍ତି ।

କରୋନା କାଳ ମଧ୍ୟରେ ଛାତ୍ରଛାତ୍ରୀମାନେ କିପରି ନିଟ୍‍ରେ ସଫଳତା ହାସଲ କରିବେ ସେଥିପାଇଁ କିସ୍‍ ପକ୍ଷରୁ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ପରାମର୍ଶ ପ୍ରଦାନ କରିଆସୁଥିଲେ।

ଏହି ସଫଳତାରେ ଖୁସିବ୍ୟକ୍ତ କରି ଅଚ୍ୟୁତ ସାମନ୍ତ ନିଟ୍‍ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ‘‘କିସ୍‍ର ଉତ୍ତମ ଶୈକ୍ଷିକ ବାତାବରଣ ଓ ପିଲାମାନଙ୍କ ଉପଯୁକ୍ତ ଯତ୍ନ ଯୋଗୁଁ କିସ୍‍ର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଓ ସରକାରୀ ଏବଂ ଘରୋଇ ନିଯୁକ୍ତି ପାଇପାରୁଛନ୍ତି। ନିକଟରେ କିସ୍‍ର ୪ଜଣ ଛାତ୍ର ସବଇନ୍ସପେକ୍ଟର ଚାକିରି ପାଇପାରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସରେ ଉତୀର୍ଣ୍ଣ ହୋଇ ବିଭିନ୍ନ ଆଇଆଇଟି,ଏନ୍‍ଆଇଟି ଭଳି ସର୍ବଭାରତୀୟ ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି ।’’

Comment