ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ଅନଷ୍ଠୁତ ହୋଇଥିବା ଜାତୀୟସ୍ତରୀୟ ଭଲିବଲ୍‍ ରେଫରୀ ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ରବିବାର ଭର୍ଲୁଆଲ୍‍ ମୋଡରେ ଭାରତୀୟ ଭଲିବଲ୍‍ ଫେଡେରେସନ୍‍(ଭିଏଫ୍‍ଆଇ)ର କାର୍ଯ୍ୟକାରିଣୀ କମିଟି ତଥା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଭିଏଫ୍‍ଆଇର ସଭାପତି ଅଚ୍ୟୁତ ସାମନ୍ତ ଏହି ସୂଚନା ଦେଇଛନ୍ତି।

ଓଡ଼ିଶାରୁ ପ୍ରଥମ ଥର ଲାଗି ଏତେ ସଂଖ୍ୟକ ଜାତୀୟସ୍ତରୀୟ ଭଲିବଲ୍‍ ରେଫରୀ କୃତକାର୍ଯ୍ୟ ହୋଇଥିବା ନେଇ ସେ କହିଛନ୍ତି,‘‘ଏହା ଓଡ଼ିଶାର ଖେଳାଳି ଓ ଭଲିବଲ୍‍ କ୍ଲବ୍‍ ପାଇଁ ସର୍ବୋପରି ଓଡ଼ିଶା ପାଇଁ ଏକ ଭଲ ସଙ୍କେତ ଦେଉଛି’’।

ଏହାସହିତ ଏହି ବୈଠକରେ ଅଚ୍ୟୁତ ସାମନ୍ତ କନ୍ଧମାଳରେ ଗ୍ରାମ୍ୟ କନିଷ୍ଠ ବାଳକ ଓ ବାଳିକାଙ୍କ ପାଇଁ ଏକ ଭଲିବଲ୍‍ ଏକାଡେମୀ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟରେ ଆଉ ଏକ ଭଲିବଲ୍‍ ଏକାଡେମୀ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ।

ସେହିପରି ଓଡ଼ିଶାରେ ଜାତୟ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍, ଜାତୀୟ କୋଚିଂ କ୍ୟାମ୍ପ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ଓ ଜାତୀୟ ଭଲିବଲ୍‍ ରେଫରୀ ପରୀକ୍ଷା ଆୟୋଜନ କରିବା ପାଇଁ ସେ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏହି ସବୁ ପ୍ରସ୍ତାବ ଭିଏଫ୍‍ଆଇର କାର୍ଯ୍ୟ କାରିଣୀ କମିଟିରେ ସର୍ବସମମ୍ମତି କ୍ରମେ ଗୃହୀତ ହୋଇଥିଲା। ଓଡ଼ିଶାରେ ଭଲ ବିଲର୍‍ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ନିଆଯାଇଥିବା ପ୍ରୟାସ ସଂପର୍କରେ ଅଚ୍ୟୁତ ସାମନ୍ତ ସୂଚନା ପ୍ରଦାନ କରି କରିଥିଲେ।

‘‘ଓଡ଼ିଶାର ବିଭିନ୍ନ ଭଲିବଲ୍‍ କ୍ଲବ୍‌‍ ବିଶେଷ କରି କନ୍ଧମାଳ ଜିଲ୍ଲାର ଭଲିବଲ୍‍ କ୍ଲବ୍‍ଗୁଡ଼ିକୁ ଭଲିବଲ୍‍ ଓ ନେଟ୍‍ ଆଦି ଭଲିବଲ୍‍ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯାଇଛି। ଏପରିକି କେତେକ ସ୍ଥାନରେ ଫ୍ଲଡ୍‍ ଲାଇଟ୍‍ର ବ୍ୟବସ୍ଥା କରାଯିବା ଲାଗି ଯୋଜନା ରହିଛି’’, କହିଛନ୍ତି ଅଚ୍ୟୁତ ସାମନ୍ତ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭିଏଫ୍‍ଆଇର କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ମହାସଚବି ଅନୀଲ ଚୌଧୁରୀ, ଚେୟରମ୍ୟାନ୍‍ ତଥା ଉପସଭାପତି ଏସ୍‍ ବାସୁଦେବନ, ଉପସଭାପତି ରଥିନ୍‍ ରାୟ ଚୌଧୁରୀ, ଆନନ୍ଦଶଙ୍କର ରାଜହଂସ, ସହଯୋଗୀ ଉପସଭାପତି ଶେଖର ବୋଷ, ବ୍ରଜେଶ ପାଠକ, ଭିଏଫ୍‍ଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମାବତାର ସିଂ ଝାକରଙ୍କ ସମେତ ଭିଏଫ୍‍ଆଇର ସମସ୍ତ କର୍ମକର୍ତ୍ତା ଏବଂ ୩୦ଟି ରାଜ୍ୟ ଭଲିବଲ୍‍ ଆସୋସିଏସନର୍‍ ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ।

Comment