ଓଡିଶାଲାଇଭ୍ ବ୍ୟୁରୋ

କିଟ୍ ବିଶ୍ଵବିଦ୍ୟାଳୟର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରର କୌଣସି ପୁଅ ବା ଝିଅ କିଟ୍‌ରେ ବୈଷୟିକ ଉଚ୍ଚଶିକ୍ଷା ପାଇଁ ଯଦି ଆଗ୍ରହୀ ଥାଆନ୍ତି, ତେବେ ସେମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦିଆଯିବ। ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

କିଟ୍‌ରେ ଆଇଟିଆଇ, ଡିପ୍ଲୋମା ଇଞ୍ଜିନିୟରିଂ ସମେତ ସମସ୍ତ ବୈଷୟିକ ଶିକ୍ଷା (ଟେକ୍ନିକାଲ ଏଜୁକେଶନ) ଓ ବୃତ୍ତିଗତ ଶିକ୍ଷା (ପ୍ରୋଫେସନାଲ ଏଜୁକେଶନ) ପାଠ୍ୟକ୍ରମରେ ନାମଲେଖା ଯୋଗ୍ୟତା ଅନୁସାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ।

କାରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାରୋନାରେ ଅସହାୟ ହୋଇପଡ଼ିଥିବା ଓଡ଼ିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ ବୋଲି ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here