ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍‍ର ବିଜୁ ପଟ୍ଟନାୟକ ଇନ୍‍ଡୋର ଷ୍ଟାଡିଅମ୍‍ଠାରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ୍‍ ୨୦୨୦-୨୧ ଉଦ୍‍ଯାପିତ ହୋଇଛି। ଗୁରୁବାର ଖେଳାଯାଇଥିବା ଫାଇନାଲ୍‍ ମ୍ୟାଚରେ ପୁରୁଷ ବର୍ଗରେ ଆସାମକୁ ହରିଆଣା ୩-୦ ସେଟ୍‌ରେ ହରାଇ ଚାମ୍ପିଆନ୍‍ ହୋଇଥିବା ବେଳେ ଆସାମ ରନର୍ସଅପ୍‌ ହୋଇଛି।

ସେହିପରି ମହିଳା ବର୍ଗରେ କେରଳ ରେଲୱେକୁ ୩-୨ ସେଟ୍‌ରେ ହରାଇ ଲଗାତାର ତୃତୀୟ ଥର ଚାମ୍ପିଅନ୍‍ ହୋଇଛି।  ମହିଳା ବର୍ଗରେ ରେଲୱେ ଦ୍ୱିତୀୟ ସ୍ଥାନରେ ରହି ରନର୍ସ ଅପ୍‍ ହୋଇଛି।

ପୁରୁଷ ବର୍ଗରେ ଚାମ୍ପିଅନ୍‍ ହରିଆନା ଦଳକୁ ଚମ୍ପିଅନ୍‍ ଟ୍ରଫି ସହ ୫୧ ହଜାର ଟଙ୍କା ଓ ରନ୍‍ରସ ଅପ୍‍ ଆସାମ ଦଳକୁ ଟ୍ରଫି ଓ ୩୧ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ମହିଳା ବର୍ଗରେ ଚାମ୍ପିଅନ୍‍ କେରଳ ଓ ରନରସ ଅପ୍‍ ରେଲୱେ ଦଳକୁ ଟ୍ରଫି ସହ ଯଥାକ୍ରମେ ୫୧ ହଜାର ଓ ୩୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଭାରତୀୟ ଭଲିବଲ୍‍ ଫେଡେରେସନ(ଭିଏଫଆଇ)‍ର ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତି ଉଦ୍‍ଯାପନୀ ଉତ୍ସବରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଆନ୍‍ସିପ୍‍ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଓଡିଶା ସରକାରଙ୍କ କ୍ରୀଡା, ଯୁବ ବ୍ୟାପାର ଓ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା କ୍ରିକେଟ୍‍ ଆସୋସିଏସନ୍‍(ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି, ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଶରତ ସାହୁ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏଚ. କେ ମହାନ୍ତି କୁଳସଚିବ, ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭିଏଫ୍‍ଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍‍ ଆଡ୍‍ମିନିଷ୍ଟ୍ରେସନ୍‍ ସଦସ୍ୟ ତଥା ଭିଏଫ୍‍ଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ମହାସଚିବ ଅନୀଲ ଚୌଧୁରୀ, ବରିଷ୍ଠ ଉପସଭାପତି ତଥା ନିୟବଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, ଅଧ୍ୟକ୍ଷ ତଥା ଉପସଭାପତି ଏସ୍‍. ବାସୁଦେବନ୍‍, କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍‍ଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ୍‍ ଆସୋସିଏସନ୍‍ର ସାଧାରଣ ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Comment