ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ଵାଇରେ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସାଧାରଣ ଲୋକଙ୍କ ସମେତ ସେଲିବ୍ରିଟିମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଧୈର୍ଯ୍ୟହରା ନହେବା ପାଇଁ ଅନୁରୋଧ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଶାନ୍ତ ରୁହନ୍ତୁ, ସବୁକିଛି ଠିକ୍ ହୋଇଯିବ ବୋଲି ସେ ଟୁଇଟ୍‌ କରିଛନ୍ତି।

ମୁମ୍ବାଇରେ ଗ୍ରୀଡ୍ ଫେଲ୍ ହେବାକୁ ନେଇ ଅମିତାଭ ପ୍ରଥମ ଟୁଇଟ୍‌ରେ ଲେଖିଛନ୍ତି ଯେ, ପୂରା ସହରରେ ବିଜୁଳି ସଙ୍କଟ ଦେଖାଦେଇଛି। କିନ୍ତୁ ମୁଁ କୌଣସି ପ୍ରକାରେ ଏହି ମେସେଜ୍ କରିପାରୁଛି। ଶାନ୍ତ ରୁହନ୍ତୁ ସବୁକିଛି ଠିକ୍ ହୋଇଯିବ ବୋଲି ଅମିତାଭ ଲେଖିଛନ୍ତି।

ସେହିପରି ଆଉ ଏକ ଟୁଇଟ୍‌ରେ ସେ ଲେଖିଛନ୍ତି ଯେ, ମୋର ଡଙ୍ଗଲ କାମ କରୁଛି। ଭୋଡାଫୋନ୍ ବି କାମ କରୁଛି। ଅମିତାଭଙ୍କ ଏହି ଟୁଇଟ୍ ପରେ ଅନେକ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ମୁମ୍ବାଇରେ ବିଦ୍ୟୁତ ଯୋଗାଣ ବନ୍ଦ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହାକୁ ନେଇ ଅନେକଗୁଡ଼ିଏ ମିମ୍‌ସ ବି ପ୍ରସ୍ତୁତ ହୋଇଗଲାଣି। ଅନ୍ୟପଟେ ସେଲିବ୍ରିଟିମାନେ ବିଜୁଳି ସଙ୍କଟକୁ ନେଇ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖୁଛନ୍ତି। ସେଥିମଧ୍ୟରୁ କଙ୍ଗନାଙ୍କ ଟୁଇଟ୍ ସବୁଠୁ ଚର୍ଚ୍ଚାରେ ରହିଛି। କଙ୍ଗନା ଟୁଇଟ୍‌ କରି ଲେଖିଛନ୍ତି, “ମୁମ୍ବାଇରେ ପାଓ୍ଵାର କଟ୍, ଏମିତିରେ ମହାରାଷ୍ଟ୍ର ସରକାରର କ-କ-କ… କଙ୍ଗନା।”

ଆଜି ସକାଳ ୧୦.୧୫ରୁ ମୁମ୍ବାଇରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ମୁମ୍ବାଇର ପ୍ରାୟ ୫୦ରୁ ୬୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ମୁମ୍ବାଇରେ ଟ୍ରାଫିକ୍ ସିଗ୍‌ନାଲ କାମ କରୁନଥିବା ବେଳେ ଲୋକାଲ ଟ୍ରେନ୍ ସେବା ବନ୍ଦ ରହିଥିବା ଜଣାପଡ଼ିଛି।

Comment