ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କବଳରେ ବଚ୍ଚନ ପରିବାର। ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି।CGU new

ଅମିତାଭଙ୍କ ବୟସ ଏବେ ୭୭। ତାଙ୍କର ଅନ୍ୟ କେତେକ ରୋଗ ମଧ୍ୟ ରହିଛି। ଏହା ନିଶ୍ଚୟ ଭାବେ ଚିନ୍ତାଜନକ। କିନ୍ତୁ ଖୁସିର କଥା ତାଙ୍କଠାରେ ହାଲୁକା ଲକ୍ଷଣ ଦେଖାଯାଉଛି ଓ ସେ ଏବେ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଏବେ ସ୍ଥିର ଅଛି ବୋଲି ଡାକ୍ତିର ସୂଚନା ଦେଇଛନ୍ତି।

ସେହିପରି ଅଭିଷେକଙ୍କ ବୟସ ୪୪ ଐଶ୍ୱର୍ଯ୍ୟାଙ୍କ ବ୍ରସ ୪୬ ଓ ଆରାଧ୍ୟାଙ୍କ ବୟସ ୮। ସେମାନେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପରିବାର ମଧ୍ୟରୁ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।

Comment