ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପଜିଟିଭ ଜଣାପଡ଼ିବା ପରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅମିତାଭ ଓ ଅଭିଷେକ ଆଗାମୀ ୭ ଦିନ ଯାଏଁ ହସ୍ପିଟାଲରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅମିତାଭଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା ବେଳେ ଅଭିଷେକ ମଧ୍ୟ ଠିକ୍‌ ଅଛନ୍ତି।

ଅମିତାଭଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଦେଶବ୍ୟାପୀ ଲୋକ ପ୍ରାର୍ଥନା କରିଥିବାରୁ ବିଗ୍‌ ବି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜୁଲାଇ ୧୧ ରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ କରୋନା ପଜିଟଭ ବୋଲି ଜଣାପଡ଼ିଥିଲା। ଟୁଇଟ କରି ସେମାନେ ନିଜେ ଏହି ସୂଚନା ଦେଇଥିଲେ। ଜୟା ବଚ୍ଚନଙ୍କୁ ଛାଡ଼ି ଦେଲେ ବିଗ୍‌ ବିଙ୍କ ବୋହୂ ଏଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ହୋଇଛନ୍ତି।

ବଚ୍ଚନ ପରିବାରରେ କରୋନା ପଜିଟିଭ୍ ମିଳିବା ପରେ ତାଙ୍କର ସମସ୍ତ କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ ହୋଇଛି।  ସମସ୍ତ ୨୬ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି।

Comment