ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କବଳରେ ବଚ୍ଚନ ପରିବାରର ୪ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହେବା ପରେ ବିଗ୍‌ ବି ଅମିତାଭଙ୍କ ୪ ଟା ବଙ୍ଗଳାକୁ ସିଲ କରାଯାଇଛି। ଜଲସା, ପ୍ରତୀକ୍ଷା, ଜନକ, ବତ୍ସାକୁ ବିଏମସି ପକ୍ଷରୁ ସାନିଟାଇଜ କରାଯାଇ ସିଲ କରାଯାଇଛି। ସଂପକୃ ଅଞ୍ଚଳକୁ ମଧ୍ୟ ବିଶୋଧନ କରାଯିବ।

ଗତକାଲି ବିଗ୍‌ ବି ଓ ଅଭିଷେକ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଏହାପରେ ଆଜି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ମଧ୍ୟ କରୋନା ଆକଆନ୍ତ ହୋଇଛନ୍ତି।CGU new

ଅନ୍ୟପଟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ବିଗ୍‌ ବି କରୋନାରେ ଆକ୍ରାନ୍ତ ଜାଣିବା ପରେ ତାଙ୍କ ପ୍ରଂଶସକମାନେ ଚିନ୍ତାରେ ଅଛନ୍ତି। ଦେଶର ଅଧିକାଂଶ ସ୍ଥାନରେ ତାଙ୍କ ଆରୋଗ୍ୟ କାମନା କରି ପୂଜା ଅର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।

ବାରଣାସୀ, ରାଞ୍ଚି, ପାଟାନା, ଅହମ୍ମଦାବାଦରେ ଲୋକେ ହୋମ ଯଜ୍ଞ କରିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଛନ୍ତି।

Comment