ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଅପକମିଙ୍ଗ୍ ଫିଲ୍ମ ‘ଚେହରେ’ର ପୋଷ୍ଟର ରିଲିଜ୍ ହୋଇଛି। ଫିଲ୍ମରେ ଦର୍ଶକ ବିଗ୍ ବି ଅମିତାଭଙ୍କ ସାଙ୍ଗକୁ  ଇମ୍ରାନ ହାସମୀ ଦେଖିବାକୁ ପାଇବେ।

ଫିଲ୍ମଟି ୨୦୨୦ ମସିହା ଏପ୍ରିଲ ୨୪ ତାରିଖରେ ବଡ଼ ପରଦାକୁ ଆସିବ। ଏକ ଥ୍ରୀଲର କାହାଣୀକୁ ନେଇ ‘ଚେହରେ’ ଫିଲ୍ମଟି ନିର୍ମାଣ କରାଯାଇଛି। ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ ଉଭୟ ଇମ୍ରାନ ଓ ଅମିତାଭଙ୍କୁ ଏକ ଭିନ୍ନ ଗେଟଅପରେ ଦେଖିବାକୁ ମିଳିଛି।

ଚେହରେ ଅମିତାଭ୍ ଓ ଇମ୍ରାନଙ୍କ ଲିଡ୍ ରୋଲରେ କ୍ରିତି ଖରବାନ୍ଦା ମଧ୍ୟ ନଜର ଆସିବେ। ଏହି ଫିଲ୍ମକୁ ଆନନ୍ଦ ପଣ୍ଡିତ ପ୍ରଯୋଜନା କରୁଥିଲାବେଳେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରୁମି ଜାଫରୀ।

Comment