ଓଡ଼ିଶାଲାଇଭ୍ ବ୍ୟୁରୋ

‘କୌନ ବନେଗା କରୋଡପତି’ର ହଟସିଟରେ ଦୌଡ଼ରାଣୀ ଦୂତୀ ଚାନ୍ଦ। ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ କୌନ ବନେଗା କରୋଡ ପତିର ଗୋଟିଏ ଏପିସୋଡ ପାଇଁ ସୁଟିଂ କରିଛନ୍ତି।

ଦୂତୀଙ୍କ ସହ ଆସାମ ଆଥଲେଟ୍ ହିମା ଦାସ ଓ ପୂର୍ବ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ମଧ୍ୟ କେବିସିର ଏହି ଏପିସୋଡ ପାଇଁ ସୁଟିଂ କରିଛନ୍ତି। କେବିସିର ହଟ ସିଟରେ ସୁଟିଂ କରିସାରିବା ପରେ ଦୂତୀ ବହୁତ ଖୁସି ଥିବା କହିଛନ୍ତି।

କେବିସିର ହୋଷ୍ଟ ଥିବା ଅମିତାଭ୍ ବଚ୍ଚନଙ୍କୁ ସାକ୍ଷାତ କରିବା ତାଙ୍କ ପାଇଁ ଏକ ସ୍ୱପ୍ନ ଥିଲା। ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗଦେବା ତାଙ୍କ ପାଇଁ  ଗୌରବର ବିଷୟ ବୋଲି ସେ କହିଛନ୍ତି।

ଦୂତୀଙ୍କ ସୁଟିଂ କରାଯାଇଥବା ଏହି ଏପିସୋଡଟି ଆସନ୍ତା ଅକ୍ଟୋବର ୨୫ ତାରିଖରେ ଟିଭିରେ ପ୍ରସାରିତ ହେବ। ସୋନୀ ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ଏହାକୁ ଦର୍ଶକ ଦେଖିପାରିବେ।

Comment