ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମିତାଭ ବଚ୍ଚନଙ୍କ ଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମ କୌନ ବନେଗା କାରୋଡପତିରେ ଫେଲ ମାରିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସିଜନ୍ -୧୧ରେ କର୍ମବୀର୍ ଏପିସୋଡରେ ଜଣେ ପ୍ରତିଯୋଗୀ ରୁମା ଦେବୀଙ୍କ ସହ ଆସିଥିବା ସୋନାକ୍ଷୀଙ୍କୁ ରାମାୟଣ ସମ୍ବନ୍ଧୀୟ ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଆସିଲାନି। ଏଥିପାଇଁ ତାଙ୍କୁ ଲାଇଫ୍ ଲାଇନ୍ ନେବାକୁ ପଡ଼ିଥିଲା।

ପ୍ରଶ୍ନଟି ଥିଲା, ‘ରାମାୟଣରେ ଭଗବାନ ହନୁମାନ କାହା ପାଇଁ ସଞ୍ଜିବନୀ ବୁଟି ଆଣିଥିଲେ?’ ହେଲେ ଏହାର ଉତ୍ତର ଦେଇପାରନଥିଲେ ସୋନକ୍ଷୀ। ରାମଙ୍କ ପାଇଁ ହୁନମାନ ସଜ୍ଞବନୀ ବୁଟି ଆଣିଥିଲେ ବୋଲି ସେ କହିଥିଲେ। ମାତ୍ର ଏହା ଭୁଲ ଥିଲା। ପ୍ରକୃତରେ ଲକ୍ଷ୍ମଣଙ୍କ ପାଇଁ ହନୁୋନ ସଞ୍ଜବନୀ ବୁଟି ଆଣିଥିଲେ।

ସୋନାକ୍ଷୀ ଏହାର ଉତ୍ତର ଦେଇପାରିନଥିବାରୁ ଏବେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ସୋନାକ୍ଷୀ ରାମାୟଣ କେମିତି ଜାଣି ନାହାଁନ୍ତି ବୋଲି ୟୁଜର ତାଙ୍କୁ କହିଛନ୍ତି।

ସୋନାକ୍ଷୀ ରହୁଥିବା ଘରର ନାମ ଠାରୁ ଆରମ୍ଭ କରି ପିତା, ଦାଦା, ଭାଇ ସଭିଏଁ ରାମାୟଣର ଗୋଟିଏ ଗୋଟିଏ ଚରିତ୍ରର ନାମ ବହନ କରନ୍ତି।

ସୋନାକ୍ଷୀଙ୍କ ଘରର ନାଁ ହେଲା ‘ରାମାୟଣ’। ତାଙ୍କ ପିତାଙ୍କ ନାମ ଶତୃଘ୍ନ, ବଡ଼ ବାପାଙ୍କ ନାମ ରାମ, ଦାଦା ଭରତ ଆଉ ଲକ୍ଷ୍ମଣ। ଏମିତିକି ସୋନାକ୍ଷୀଙ୍କ ଭାଇ ଦୁଇ ଜଣଙ୍କ ନାମ ଲବ ଆଉ କୁଶ। ରାମାୟଣ ଅନୁଯାୟୀ ସମସ୍ତଙ୍କର ନାମକରଣ କରାଯାଇଥିବା ବଳେ ସୋନକ୍ଷୀ କିନ୍ତୁ କିଛି ଜାଣନ୍ତି ନାହିଁ ରାମାୟଣ ବିଷୟରେ।

Comment