ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଧବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ କାମ ମରାମତି ହେବା ପାଇଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ୯ଘଣ୍ଟା ଧରି ବିଦ୍ୟୁତ ସେବା ବ୍ୟାହତ ହେବ।

ସୂଚନା ଅନୁସାରେ, ବୁଧବାର ସକାଳ ୮ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ। ନରେନ୍ଦ୍ରପୁର ଅଞ୍ଚଳରେ ଥିବା ଗ୍ରିଡ୍ ସବ-ଷ୍ଟେସନରେ ବିଭିନ୍ନ ରକ୍ଷଣାବେକ୍ଷଣ ଯାଞ୍ଚ କରିବା ପାଇଁ ବିଦ୍ୟୁତ ସେବା ବନ୍ଦ ରହିବ। ଏହାସହ ଆମ୍ବପୁଆ ସବ-ଷ୍ଟେସନ ଓ ନୀଳାଞ୍ଚଳ ନଗର ଅଞ୍ଚଳର ବିଦ୍ୟୁତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଯାଞ୍ଚ କରାଯିବ।

ରକ୍ଷଣାବେକ୍ଷଣ ହେତୁ ଗଜପତି ନଗର, ନୀଳାଞ୍ଚଳ ନଗର, ଅଳକାପୁରୀ, ଅଲେଖନଗର, ବିଦ୍ୟୁତପୁରୀ କଲୋନୀ, ରାଜୀବ ନଗର, ଗୋପାଳପୁର ଜଙ୍କସନ୍, ଆମ୍ବପୁଆ, କ୍ରିଷ୍ଣା ବିହାର, ଅର୍ଚ୍ଚନା ବିହାର ପୋଲିସ୍ କଲୋନୀ, ମହିମା ବିହାର ଓ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ ସେବା ବନ୍ଦ ରହିବ।

Comment