ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନ ଆରମ୍ଭ ହେଲାଣି। ସାଧାରଣତଃ ଶୀତଦିନେ ସନ୍ଧ୍ୟା ବେଳେ ଚା’ ସହ କିଛି ଚଟପଟା ଓ ରାଗ ଜଳଖିଆ ଖାଇବାକୁ ସମସ୍ତଙ୍କ ଇଛା ହୋଇଥାଏ। ପ୍ରାୟ ଲୋକେ ଚା’ ସହ ବେସନରେ ତିଆରି ପକୋଡ଼ି ଓ ବରା ଖାଇଥା’ନ୍ତି। କିନ୍ତୁ, ବେସନ ବଦଳରେ ତିଆରି କରନ୍ତୁ ସୁଜି ପକୋଡ଼ି, ଯାହା ବେସନ ପକୋଡ଼ିଠୁ ଅଧିକ ଟେଷ୍ଟି।
ଆବଶ୍ୟକୀୟ ସାମଗ୍ରୀ
- ବନ୍ଧାକୋବି
- ଫୁଲ କୋବି
- ରିଫାଇଣ୍ଡ ତେଲ
- ଦହି
- ବେକିଂ ସୋଡ଼ା
- ଲୁଣ
- ସୁଜି
- କଞ୍ଚା ଲଙ୍କା
- ଧନିଆ ପତ୍ର

ପ୍ରଣାଳୀ
ଗୋଟେ ପାତ୍ରରେ ସୁଜି, ଦହି, ବନ୍ଧା କୋବି କଟା, ପତ୍ର କୋବି ଏବଂ ସ୍ୱାଦ ଅନୁସାରେ ଲୁଣ ମିଶାନ୍ତୁ।
ଗ୍ୟାସ୍ ଉପରେ ଛାଣିବା ପାଇଁ ଗୋଟେ ପାତ୍ର ରଖନ୍ତୁ, ସେଥିରେ ରିଫାଇଣ୍ଡ ତେଲ ପକାଇ ଗରମ କରନ୍ତୁ। ଏବେ ସେହି ସୁଜି ମିଶ୍ରଣକୁ ପକୋଡ଼ି ଆକାରର କରି ତେଳରେ ଛାଣନ୍ତୁ। ସୁଜି ବାଦାମୀ ରଙ୍ଗର ହେଲେ କାଢ଼ି ଦିଅନ୍ତୁ।
ସୁଝିକୁ ଟିସ୍ୟୁ ପେପର୍ରେ ବାହାର କରନ୍ତୁ। ଫଳରେ ସୁଝି ପକୋଡ଼ିରୁ ଅଧିକ ତେଲ ବାହାରିଯିବ। ଏବେ ଏହାକୁ ଚା’ ସହ ଖାଆନ୍ତୁ।


















