ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସ୍ତୁତ କରନ୍ତୁ ସୁଆଦିଆ ପିଠା।

ପ୍ରଥମେ ୨୫୦ଗ୍ରାମ୍‌ ଅଟାରେ ୩ଟି କଦଳୀ, ପାନ ମଧୁରୀ ଗୋଟେ ଚାମଚ, ୧୫୦ଗ୍ରାମ୍‌ ଚିନି ପକାଇ ଚକଟିବା। ଏହାକୁ ୩ କପ୍‌ କ୍ଷୀର ଦେଇ ଚକଟିବେ। ମିଶ୍ରଣକୁ ପାଣିଆ କରିବେ ନାହିଁ। ଏବେ ଏଥିରେ ୨ଟି ଗୁଜୁରାତି ଗୁଣ୍ଡ ପକାଇ ମିଶାଇବେ। ଏବେ ଏଥିରେ ଫାଳେ ନଡ଼ିଆ କୋରା ଦେଇ ପକାଇବେ।

ଏବେ ଛାଣିବା ପାଇଁ ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ରେ ଛାଣିବା ଭଳି ରିଫାଇଣ୍ଡ ତେଲ ଢାଳନ୍ତୁ। ତେଲ ଗରମ ହୋଇଗଲେ ପୂର୍ବରୁ ପ୍ରସ୍ତୁତ କରିଥିବା ଅଟାର ମିଶ୍ରଣକୁ ଏକ ଚାମଚ ସାହାଯ୍ୟରେ ପକାଇବା। ଏହି ସମୟରେ ଗ୍ୟାସ୍‌ର ଜାଳ କମ୍‌ କରିବେ। ଏହି ପିଠାକୁ ମଝିରେ ମଝିରେ ଲେଉଟେଇ ଦେବେ। ଏହା ଭଲ ଭାବରେ ବାଦାମୀ ହେଇଗଲେ ଗୋଟେ ପ୍ଲେଟ୍‌କୁ କାଢ଼ିଦେବା। ପ୍ରସ୍ତୁତ ହୋଇଗଲ ଦୁଦୁରା ପିଠା।

Comment