ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁବେଳେ ପିଲାମାନେ ଚଟ୍‌ପଟା ଖାଇବାକୁ ପସନ୍ଦ କରିଥା’ନ୍ତି। ଏଥିପାଇଁ ସେମାନେ ବଜାରରେ ମିଳୁଥିବା ଚାଟ୍‌ ଗୁପ୍‌ଚୁପ୍‌ ଆଦି ଖାଇବା ପାଇଁ ଅଳି କରନ୍ତି, ହେଲେ ତାହା ସ୍ଵାସ୍ଥ୍ୟ ପାଇଁ ହିତକର ହୋଇ ନଥାଏ। ଏଥିପାଇଁ ପିଲାମାନଙ୍କୁ ଘରେ ପ୍ରସ୍ତୁତ ହୋଇଥିବା ଚଟପଟା ପାଉଁରୁଟି ଦହି ଛୁଙ୍କ ରୋଷେଇ କରି ଦିଅନ୍ତୁ।

ସାମଗ୍ରୀ

  • ପାଉଁରୁଟି
  • ଦହି
  • ଜିରାଗୁଣ୍ଡ
  • ଲଙ୍କାଗୁଣ୍ଡ
  • ବିଟ୍‌ ଲୁଣ
  • ସୋରିଷ ଶୁଖିଲା ଲଙ୍କା
  • ତେଲ
  • ଧନିଆ ପତ୍ର
  • ଅଦା
  • ଭୃସୁଙ୍ଗା ପତ୍ର
  • କଞ୍ଚା ଲଙ୍କା
  • ନଡ଼ିଆ କୋରା

ପ୍ରଣାଳୀ

ନଡ଼ିଆ ପୂର ପ୍ରସ୍ତୁତି: ପ୍ରଥମେ ନଡ଼ିଆ କୋରାରେ କଟା ଧନିଆ ପତ୍ର, ଅଦା କଟା, କଞ୍ଚା ଲଙ୍କା କଟା ଓ ବିଟ୍‌ ଲୁଣ ମିଶାଇ ଦେବେ।

ଏବେ ପାଉଁରୁଟି ବା ବ୍ରେଡ୍‌କୁ ଚାରିପଟୁ କାଟି ଦେବେ। ଏବେ ପାଉଁରୁଟିକୁ ଅଳ୍ପ ପାଣିରେ ବୁଡ଼ାଇ ତା’ ଭିତରେ ପୂର୍ବରୁ ପ୍ରସ୍ତୁତ କରିଥିବା ନଡ଼ିଆ ପୂରକୁ ଭର୍ତ୍ତି କରି ଗୋଲ ଗୋଲ କରିଦେବେ। ଏବେ ଏହାକୁ ଦହି ପାଣିରେ ବୁଡ଼ାଇ ଦେବେ।

ଦହି ପାଣି ପ୍ରସ୍ତୁତି: ୪ ଚାମଚ ବସା ଦହିରେ ୩ ଚାମଚ ପାଣି ଦେଇ ଘାଣ୍ଟିଦେବା।

ଛୁଙ୍କ ପ୍ରସ୍ତୁତି: ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାଇବା। ପ୍ୟାନ୍‌ରେ ୨ ଚାମଚ ତେଲ ପକାଇବା। ତେଲ ଗରମ ହୋଇଗଲେ ସେଥିରେ ସୋରିଷ ଓ ଶୁଖିଲା ଲଙ୍କା ପକାଇ ଫୁଟାଇବେ। ଶେଷରେ ଭୃସୁଙ୍ଗା ପତ୍ର ପକାଇବେ। ପ୍ରସ୍ତୁତ ହୋଇଗଲା ଛୁଙ୍କ। ଏହି ଛୁଙ୍କକୁ ଦହି ବ୍ରେଡ୍‌ରେ ପକାଇଦେବେ। ଏବେ ଏହି ଦହି ବ୍ରେଡ୍‌ ଉପରେ ଲଙ୍କାଗୁଣ୍ଡ, ବିଟ୍‌ ଲୁଣ ଓ ଜିରାଗୁଣ୍ଡ ପକାଇଦେବେ। ଏବେ ପ୍ରସ୍ତୁତ ହୋଇଗଲା ପାଉଁରୁଟି ଦହି ଛୁଙ୍କ।

Comment