ଗାୟତ୍ରୀ ଦାସ

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଛେନା ଆଳୁ ତରକାରୀ।

ସାମଗ୍ରୀ 

  • ଛେନା – ୨୫୦ ଗ୍ରାମ୍‌
  • ସୁଜି – ୫୦ ଗ୍ରାମ୍‌
  • ଖାଇବା ସୋଡ଼ା – ଅଳ୍ପ
  • ଲୁଣ ସ୍ୱାଦ ଅନୁସାରେ
  • ଜିରାଗୁଣ୍ଡ – ୧ ଚା’ ଚାମଚ
  • ଧନିଆଗୁଣ୍ଡ – ୧ ଚା’ ଚାମଚ
  • ଲଙ୍କା ଗୁଣ୍ଡ – ୧ ଚା’ ଚାମଚ
  • ହଳଦୀ ଗୁଣ୍ଡ – ୧ ଚା’ ଚାମଚ
  • ପିଆଜ – ୨ଟି ବଡ଼
  • ରସୁଣ – ୧୦/୧୨ କୋଲା
  • ଅଦା – ଛୋଟ ଖଣ୍ଡେ
  • ଟମାଟୋ – ଗୋଟିଏ ବଡ଼
  • ଆଳୁ – ଦରକାର ଅନୁଯାୟୀ

ପ୍ରଣାଳୀ

ଛେନାରେ ସୁଜି, ଲୁଣ, ଅଳ୍ପ ସୋଡ଼ା ପକାଇ ଭଲଭାବେ ଚକଟି ଏହାକୁ ଅଳ୍ପ ସମୟ ରଖିଦେବା। ଏବେ ଏହାକୁ ଛୋଟ ଛୋଟ ଗୁଳା କରି ରଖିବା, କଡ଼େଇରେ ତେଲ ଗରମ କରି ଏହି ଗୁଳାକୁ ଛାଣିବା। ଏବେ ପ୍ରସ୍ତୁତ ହୋଇଗଲା ଛେନାର ଗୁଳା।

ଅନ୍ୟପଟେ ପ୍ରେସର କୁକରରେ ଆଳୁକୁ ସିଝାଇ ଦେବା। କଡ଼େଇରେ ତେଲ ଗରମ କରି ଅଳ୍ପ ଚିନି ପକାଇବା, ଚିନି ଗରମ ହୋଇ ଲାଲ ପଡ଼ିଗଲେ ସେଥିରେ ଅଳ୍ପ କଟାପିଆଜ ପକାଇଦେବା। ତେଲରେ ପିଆଜ ଅଳ୍ପ ଲାଲ ହୋଇଗଲେ ସେଥିରେ ପିଆଜ, ରସୁଣ ଓ ଅଦା ବଟା ଦେବା। ଅଳ୍ପ କଷି ହେବା ପରେ ଜିରା, ଧନିଆ, ହଳଦୀ ଓ ଲଙ୍କାଗୁଣ୍ଡ ପକାଇ ଦେବା। ଟମାଟୋ ଛୋଟ ଛୋଟ କାଟି ସେଥିରେ ପକାଇବା ଓ ସ୍ୱାଦ ଅନୁସାରେ ଲୁଣ ଓ ୨ଟି କଞ୍ଚାଲଙ୍କା ପକାଇଦେବା। ମସଲା ଭଲ ଭାବେ କଷି ହୋଇଯିବା ପରେ ସେଥିରେ ଆଳୁକୁ କାଟି ପକାଇଦେବା। ଅଳ୍ପ ସମୟ କଷି ଦେବା ପରେ ସେଥିରେ ପାଣିଦେବା ଓ ଛଣା ହୋଇଥିବା ଛେନାବରା ପକାଇଦେବା। ଏହାକୁ କିଛି ସମୟ ଫୁଟାଇଦେବା। ତା’ପରେ ସେଥିରେ ଗରମ ମସଲା ଓ ଧନିଆପତ୍ର କଟା ପକାଇଦେବା। ଏବେ ପ୍ରସ୍ତୁତ ହୋଇଗଲା ଛେନା ଆଳୁ ତରକାରୀ। ଠୁଙ୍କାପୁରୀ ସହ ଏହାର ମଜା କିଛି ଅଲଗା।

Comment