ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ବାରବାଟୀରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ୍ କରିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ବୁଧବାର କମିସନର ଷ୍ଟାଡିୟମ ବୁଲି ଦେଖିବା ସହ ସୁରକ୍ଷା ସମ୍ପର୍କରେ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ଆଲୋଚନା କରିଛନ୍ତି।

ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ୍ ପ୍ରଶାସନ। ଏଥିପାଇଁ  ପୋଲିସ କମିସନର, କଟକ ଡିସିପିଙ୍କ ସହ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।

ବାରବାଟୀ ମ୍ୟାଚ୍ ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳି ଆସନ୍ତା ଡିସେମ୍ବର ୧୯ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଉଭୟ ଦଳ ୨୦ ଓ ୨୧ ତାରିଖରେ ଷ୍ଟାଡିୟମରେ ନିଜର ଅଭ୍ୟାସ କରିବେ। ଅଭ୍ୟାସ ସମୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ନଜର ରଖିବାକୁ ପୋଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି।

Comment