ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନର ତିନୋଟି ବିମ୍ ଓ କଲମରେ ଫାଟ ଥିବା ନେଇ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

ଅନୁଧ୍ୟାନ ପରେ ଗଜପତି ମହାରାଜା କହିଛନ୍ତି, “ନାଟମଣ୍ଡପ ୪ଟି ଖୁଣ୍ଟର ମରାମତି ଚାଲିଛି। ଏଥିପାଇଁ ଉଚ୍ଚସ୍ତରୀୟ ଟେକନିକାଲ କମିଟି ଗଠନ ହୋଇଛି। ଷ୍ଟେନଲେସ ଷ୍ଟିଲ୍ ବିମ୍ ବସିବା ସହ ସିଲିଂ କାମ ମଧ୍ୟ କରାଯିବ। ମାର୍ଚ୍ଚ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।”

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ମରାମତି କାମ କରାଯିବ। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵ ୫ ଏକର ପରିମିତ ଅଞ୍ଚଳର ବିକାଶ ପାଇଁ ଦିଲ୍ଲୀର ଲୋଟସ୍ ଇଣ୍ଡିଆ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି। ନାଟମଣ୍ଡପ ବିମର ମରାମତି ପରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ ବୋଲି ମରାମତି କାମର ସ୍ଥିତି ଅନୁଧ୍ୟାନ ପରେ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି।

Tags: #Srimandira #Review #Gajapati #DivyasinghDev #Maharaja #BimColum #Puri #JagannathTemple

Comment