ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଜିଲାନ୍ସ ଜଳାରେ ଧରାପଡିଲେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନାର ଏଏସଆଇ ଶରତ କୁମାର ସାହୁ। ଗୁରୁବାର କୋଟପାଡ଼ ସହରର ବେଳମା ସହିର ପ୍ରଶାନ୍ତ ବିଶ୍ୱାଳଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରପଡିଛନ୍ତି।

କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ଭୀମସେନ ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ଚଢ଼ାଉ କରିଥିଲେ। ଅନ୍ୟପଟେ ପଚାରଉଚାର ଜାରି ରହିଥିବା ବେଳେ କେଉଁ ମାମଲାରେ ସେ ଟଙ୍କା ନେଉ ଥିଲେ ତାହା ସ୍ୱଷ୍ଟ ଜଣା ପଡ଼ିନାହିଁ।

Comment