ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂରଣ ହେଲା ଭଦ୍ରକବାସୀଙ୍କ ସ୍ଵପ୍ନ। ଭଦ୍ରକରେ ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ। ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ମେଡିକାଲ କଲେଜ ପାଇଁ ୨୫ ଏକର ଜାଗା ମଧ୍ୟ ଚିହ୍ନଟ ସରିଛି। ଏଥିରେ କଲେଜ ପାଇଁ ଗ୍ରଉଣ୍ଡ ଫ୍ଲୋର ସହ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ମେଡିକାଲ କେଲଜର କାମ ୨୦୨୦ ଫେବ୍ରୃଆରିରୁ ଆରମ୍ଭ କରାଯିବ।

ଭଦ୍ରକ ଜିଲ୍ଲାରେ ସରାକରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗତ ଅକ୍ଟୋବର ୨୯ ତାରିକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଆନ୍ଦୋଳନକାରୀମାନେ ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ଜାତୀୟ ରାଜପଥ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଖରେ ଧାରଣା ଦେଇଥିଲେ।

Comment