ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ପ୍ରସ୍ତୁତ କରନ୍ତୁ ଗରମ ଏବଂ ନରମ ଜନ୍ତା ରୁଟି।

ସାମଗ୍ରୀ

  • ଅଟା – ୨ କପ୍‌
  • ପାଣି – ୨କପ୍‌
  • ଲୁଣ
  • ଘିଅ ବା ତେଲ – ଅଧ ଚାମଚ

ପ୍ରଣାଳୀ

ଗ୍ୟାସ୍‌ରେ ପ୍ୟାନ୍‌ ବା କଡ଼େଇ ବସାନ୍ତୁ। ପ୍ୟାନ୍‌ରେ ପାଣି ଓ ଲୁଣ ପକାଇ ଗରମ କରନ୍ତୁ, ପାଣି ଗରମ ହୋଇଗଲେ ଅଟାକୁ ପକାଇ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ଅଧିକ ପାଣିଆ କରିବେ ନାହିଁ। ଯଦି ପାଣିଆ ହୋଇଯାଇଛି ସେଥିରେ ଆଉ ଟିକେ ଅଟା ଚୂନା ମିଶାନ୍ତୁ।

ଭଲ ଭାବରେ ମିଶିଗଲେ, ପ୍ୟାନ୍‌ରୁ କାଢ଼ି ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଅଟାକୁ ଭଲ ଭାବରେ ଚକଟି ଏହାର ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ।

ଏହାକୁ ଗୋଲ ଗୋଲ ବେଲି ଦିଅନ୍ତୁ। ଏବେ ଗୋଟେ ତାଓ୍ୱା ଗ୍ୟାସ୍‌ ଉପରେ ବସାନ୍ତୁ। ତାଓ୍ୱା ତାତି ଗଲେ ରୁଟିକୁ ତାଓ୍ଵାରେ ସେକନ୍ତୁ।

Comment