ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଚାନ୍ଦବାଲି ଅବ୍‌ଦୁଲ କଲାମ ଦ୍ୱୀପରୁ ଶନିବାର ଶକ୍ତିଶାଳୀ ଅଗ୍ନି-୩ ବାଲାଷ୍ଟିକ୍‌ ମିସାଇଲର ସଫଳତାର ସହ ରାତ୍ରୀକାଳୀନ ପରୀକ୍ଷଣ ହୋଇଛି। ସମଗ୍ର ଦେଶରେ ରାତିରେ ସଫଳ ପରୀକ୍ଷଣ ହୋଇଥିବା ଏହା ହେଉଛି ପ୍ରଥମ ମିସାଇଲ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆର୍‌ଡିଓ ପକ୍ଷରୁ ଏହି ମିସାଇଲକୁ ପ୍ରସ୍ତୁତ କରାଯାଇଥିଲା। ପରୀକ୍ଷଣ ପରେ ଏହାକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଛି। ପ୍ରାୟ ୩,୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି।

ପୂର୍ବରୁ ମଧ୍ୟ ଶକ୍ତିଶାଳୀ ଅଗ୍ନି-୩ ମସିାଇଲର ସଫଳତାର ସହ ପରୀକ୍ଷଣ ହୋଇଛି। ତେବେ ଶନିବାର ପ୍ରଥମଥର ପାଇଁ ଅଗ୍ନି-୩ ମସାଇଲ ରାତିରେ ନିଜର ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ ହୋଇଛି। ଏହାର ଉପସ୍ଥିତିରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ ବୋଲି କୁହାଯାଇଛି।

Comment