ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ନଦୀ ମୁହାଣ ଓ ଉପକୂଳବର୍ତ୍ତୀ ସମୁଦ୍ରରେ ଏବେ ୨ ମାସ ପାଇଁ ମାଛଧରା ନିଷେଧ କରାଯାଇଛି। ଏହି ପ୍ରତିବନ୍ଧ ଏପ୍ରିଲ ମାସ ୧୫ ତାରିଖରୁ ଜୁନ୍ ମାସ ୧୪ ଯାଏଁ ଲାଗୁ ରହିବ। ଏନେଇ ଓଡ଼ିଶା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ସମୁଦ୍ରରେ ମତ୍ସ୍ୟ ପ୍ରଜନନ, ମତ୍ସ୍ୟ ସଂରକ୍ଷଣ ଏବଂ ଅନ୍ୟାନ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରତିବନ୍ଧ ଲାଗୁ କରାଯାଇଛି। ଏହି ସମୟରେ ବଡ଼ ବଡ଼ ଟ୍ରଲର ଓ ଡଙ୍ଗା ମାଧ୍ୟମରେ ଓଡ଼ିଶା ଉପକୂଳରେ ମାଛଧରା ବନ୍ଦ ରହିବ।

ଓଡ଼ିଶା ସାମୁଦ୍ରିକ ମାଛଧରା ଆଇନ ୧୯୮୨ ଆଧାରରେ ସମୁଦ୍ରରୁ ମାଛଧରା ଉପରେ ଏହି ପ୍ରତିବନ୍ଧ ଲଗାଯାଇଛି। ଏ ସମ୍ପର୍କରେ ତଦାରଖ କରିବା ପାଇଁ ବିଭାଗ ପକ୍ଷରୁ ଉପକୂଳବର୍ତ୍ତୀ ଜିଲ୍ଲାର ମତ୍ସ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ରାଜ୍ୟ ସରକାର ଛୋଟ ଆକାରର ଅଣଯନ୍ତ୍ରଚାଳିତ ଡଙ୍ଗାକୁ ମାଛଧରା ପାଇଁ ଅନୁମତି ଦେଇଛନ୍ତି। କ୍ଷୁଦ୍ର ମାଛଧରାଳିଙ୍କ ରୋଜଗାରକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି।

ମୌସୁମୀ ଆସିବା ପୂର୍ବର ସମୟକୁ ଓଡ଼ିଶାର ଉପକୂଳରେ ମତ୍ସ୍ୟ ପ୍ରଜଜନର ଭଲ ସମୟ ବୋଲି ବିବେଚନା କରାଯାଏ। ଏହି ସମୟରେ ଏଠାରେ ପ୍ରାୟ ୩୦୦ ପ୍ରଜାତିର ମାଛ ଦେଖିବାକୁ ମିଳିଥାନ୍ତି।

Tags: #Fishing #OdishaCoast #FishConservation #Fishharbour #Fishing Restriction

Comment