ଓଡ଼ିଶାଲାଇଭ୍ ବ୍ୟୁରୋ

  • ମାଛ ବଦଳରେ ଅଜଗର
  • ସମ୍ବଲପୁର ଭତ୍ରା ଅଞ୍ଚଳର ଘଟଣା
  • ଭୟଭୀତ ସ୍ଥାନୀୟ ବାସିନ୍ଦା
  • ଜଙ୍ଗଲରେ ଛଡ଼ା ହେଲା ଅଜଗର

ମାଛ ଜାଲରେ ପଡ଼ିଛି ଏକ ବିରାଟ ଅଜଗର। ଆଜି ଏଭଳି ଏକ ଅଭୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଭତ୍ରା ଅଞ୍ଚଳରେ। ମାଛ ପାଇଁ ପକାଯାଇଥିବା ଜାଲରେ ଧରାପଡ଼ିଛି ଏକ ବିରାଟ ଅଜଗର। ସେହି ଅଞ୍ଚଳର କିଛି ଅଧିବାସୀ ମାଛ ଧରିବାପାଇଁ ସେଠାରେ ଥିବା ଏକ ବଡ ଗାତରେ ଜାଲ ପକାଇଥିଲେ।

ହେଲେ ସେହି ଜାଲରେ ମାଛ ପଡ଼ିବା ବଦଳରେ ପଡ଼ିଥିଲା ଏକ ବିରାଟ ଅଜଗର। ଏହା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ପରେ ସେଠାକାର ଜଣେ ସ୍ଥାନୀୟ ବାସିନ୍ଦା ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଜାଲଟି ସମ୍ପୂର୍ଣ୍ଣ ରୂପେ ଅଜଗର ଦେହରେ ଗୋଡ଼େଇ ଯାଇଥିଲା। ତେବେ ଲୋକେ ଅଜଗରକୁ ଜାଲରେ ଗୋଡ଼ାଇ ହୋଇଥିବାର ଦେଖି ଅନୀଲଙ୍କୁ ଡାକିଥିଲେ। ଅଜଗରଟି ଜାଲରେ ଗୋଡ଼େଇ ହୋଇଯାଇଥିବା ହେତୁ ତାକୁ ଉଦ୍ଧାର କରିବା ଏତେ ସଜହ ନଥିଲା।

ଏହାପରେ ଜାଲକୁ ବ୍ଲେଡ଼ ସାହାଯ୍ୟରେ କାଟି ଅଜଗରକୁ ଉଦ୍ଧାର କରାଯାଇଥିଲେ। ତେବେ ଉଦ୍ଧାର ସମୟରେ ଅଜଗରଟି ଅନୀଲଙ୍କୁ କାମୁଡ଼ିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହାଛଡ଼ା ଜାଲରେ ପଡ଼ିଥିବା ଯୋଗୁଁ ଅଜଗର ଦେହରେ ଅନେକ କ୍ଷତ ଚିହ୍ନ ଆସିଥିବାର କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଅଜଗରକୁ ଉଦ୍ଧାର କରିସାରିବା ପରେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ସ୍ଥାନୀୟ ବାସିନ୍ଦା ଅନୀଲଙ୍କୁ ଅନେକ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ମଧ୍ୟ ଅନୀଲ ନାଗ ସାପକୁ ନେଉଳ ମୁହଁରୁ ରକ୍ଷା କରିଥିଲେ। ଏହାସହ ନେଉଳକୁ ନିଜ ଘରେ ପ୍ରାୟ ୪ ମାସ ରଖିଥିଲେ। ଅନୀଲ ଜଣେ ତାଲିମପ୍ରାପ୍ତ ସାପ ଧରାଳି ନୁହଁନ୍ତି। ସାପ ପ୍ରତି ତାଙ୍କର ଅତ୍ୟନ୍ତ ଦୁର୍ବଳତା ରହିଛି।

Comment