ଓଡ଼ିଶାଲାଇଭ୍ ବ୍ୟୁରୋ
NTROରେ ୭୧ ଟେକ୍ନିସିଆନ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ଡିସେମ୍ଵରରୁ ୨୩ ଡିସେମ୍ଵର ମଧ୍ୟରେ ଆବେଦନ କରିପାରିବେ।
ନ୍ୟାସନାଲ ଟେକ୍ନିକାଲ ରିସର୍ଚ ଅର୍ଗାନାଇଜେସନ୍(ଏନ୍ଟିଆର୍ଓ)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭୧ଟି ଖାଲି ପଡ଼ିଥିବା ଟେକ୍ନିସିଆନ୍ ଏ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ୨ ଡିସେମ୍ଵରରୁ ୨୩ ଡିସେମ୍ଵର ମଧ୍ୟରେ ଆବେଦନ କରିପାରିବେ।
ପଦବୀ
ଟେକ୍ନିସିଆନ୍ ‘ଏ’ – ସାଧାରଣ ବର୍ଗ(୩୧), ଏସ୍ସି(୦୯), ଏସ୍ଟି(୦୫), ଇଡବ୍ଲୁଏସ୍(୦୭)
ଶିକ୍ଷାଗତ ଯୋଗ୍ୟତା
- ପ୍ରାର୍ଥୀ ଦଶମ ପାସ୍ କରିଥିବା ଦରକାର।
- ଇଣ୍ଡ୍ରଷ୍ଟିଆଲ୍ ଟ୍ରେନିଙ୍ଗ ଇଷ୍ଟିଚ୍ୟୁଟ(ITI) ସାର୍ଟିଫିକେଟ ଥିବା ସହ କମ୍ପ୍ୟୁଟର ଜ୍ଞାନ ଥିବା ମଧ୍ୟ ଦରକାର।
- କମ୍ପ୍ୟୁଟରରେ ପ୍ରୋଗ୍ରାମିଙ୍ଗ, କମ୍ପ୍ୟୁଟର ହାର୍ଡଓୟାର, ନେଟଓ୍ଵର୍କ ଟେକ୍ନିସିଆନ୍, ଡେସ୍କଟପ ପବ୍ଲିକେଶନ ଅପରେଟର, ଇନଫରମେଶନ ଟେକ୍ନୋଲୋଜି, କମ୍ପ୍ୟୁଟର ସଫ୍ଟଓୟାର ଜାଣିଥିବା ଦରକାର।
ବୟସ
- ସର୍ବନିମ୍ନ ବୟସ ସୀମା – ୧୮ ବର୍ଷ
- ସର୍ବାଧିକ ବୟସ ସୀମା – ୨୭ ବର୍ଷ
ତାରିଖ
- ଆବେଦନର ଆରମ୍ଭ ତାରିଖ – ୨. ୧୨.୨୦୧୯
- ଆବେଦନର ଶେଷ ତାରିଖ – ୨୩.୧୨.୨୦୧୯
ପ୍ରାର୍ଥୀମାନେ ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍ https://ntro.gov.in/ ଦେଖିପାରିବେ।