ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣେସ୍ଥିତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ନିଯୁକ୍ତି ସୁଯୋଗ। ମଲ୍ଟି-ଟାସ୍କିଂ ଷ୍ଟାଫ୍, ଅଫିସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଓ ଲାଇବ୍ରେରୀଆନ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧।

ପଦବୀ ସଂଖ୍ୟା:

  • ଅଫିସ ଆସିଷ୍ଟାଣ୍ଟ- ୨ଟି ପଦବୀ
  • ଲାଇବ୍ରେରୀଆନ୍- ଗୋଟିଏ ପଦବୀ
  • ଷ୍ଟେନୋଗ୍ରାଫର- ୨ଟି ପଦବୀ
  • ମଲ୍ଟି-ଟାସ୍କିଂ ଷ୍ଟାଫ୍- ୪ଟି ପଦବୀ

ଯୋଗ୍ୟତା:

  • ଅଫିସ୍ ଆସିଷ୍ଚାଣ୍ଟ- ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ। (ବୟସ- ୨୧ରୁ ୪୦ ବର୍ଷ, ଦରମା-୨୪,୦୦୦ ଟଙ୍କା)
  • ଲାଇବ୍ରେରୀଆନ୍- ଲାଇବ୍ରେରୀ ସାଇନ୍ସ ବା ଲାଇବ୍ରେରୀ ଆଣ୍ଡ୍ ଇନଫରମେସନ୍ ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ସରକାରୀ ବା ବେସରକାରୀ ସଂସ୍ଥା ଅଧୀନରେ ଥିବା ଲାଇବ୍ରେରୀରେ ଅତିକମରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବ। (ବୟସ- ୨୧ରୁ ୪୦ ବର୍ଷ, ଦରମା-୨୪,୦୦୦ ଟଙ୍କା)
  • ଷ୍ଟେନୋଗ୍ରାଫର (ଇଂଲିସ)- ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ୫ ବର୍ଷର ଅଭିଜ୍ଞତା ଥିବ।
  • ମଲ୍ଟି-ଟାସ୍କିଂ ଷ୍ଟାଫ୍- ଅତିକମରେ ଦଶମ ପାସ୍ କରିଥିବେ। (ବୟସ- ୨୧ରୁ ୪୦ ବର୍ଷ)

ନିଯୁକ୍ତି ସ୍ଥାନ– ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ, ଓ୍ୱେଣ୍ଟର୍ଣ୍ଣ ଜୋନ୍ ବେଞ୍ଚ, ପୁଣେ

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ବ୍ୟକ୍ତି ନିଜର ବାୟୋଡାଟା, ଦରକାରୀ ଡକ୍ୟୁମେଣ୍ଟର ଫଟୋକପିକୁ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ରେଜିଷ୍ଟ୍ରର୍, ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ, ଓ୍ୱେଣ୍ଟର୍ଣ୍ଣ ଜୋନ୍ ବେଞ୍ଚ, ନିୟୁ ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ, ଡି-ଓ୍ୱିଂ, ଫାଷ୍ଟ ଫ୍ଲୋର୍, ଅପୋଜିଟ୍ କାଉନସିଲ୍ ହଲ୍, କ୍ୟାମ୍ପ, ପୁଣେ-୪୧୧୦୦୧

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ greentribunal.gov.in ରେ କ୍ଲିକ୍ କରନ୍ତୁ।

source: www.chakiri.plus

Comment