ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ (ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି- DDA) ଅଧୀନରେ ନିଯୁକ୍ତି ସୁଯୋଗ। ୩ଟି ଡିରେକ୍ଟର (ମିନିଷ୍ଟ୍ରିଆଲ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମେ’ ମାସ ୧୧ ତାରିଖ।

ଯୋଗ୍ୟତା – କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ସଂପୃକ୍ତ ବିଭାଗରେ ସମ୍ମାନଜନକ ପଦବୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ୨୦୨୦ ମେ ୧୧ ସୁଦ୍ଧା ନିମ୍ନଲିଖତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା – କମିସନର (ପର୍ସୋନେଲ), ଡିଲ୍ଲୀ ଡେଭେଲପମେଣ୍ଟ ଅଥରିଟି, ବି-୧, ଗ୍ରାଉଣ୍ଡ ଫ୍ଲୋର୍, ବିକାଶ ସଦନ, ନିୟୁ ଦିଲ୍ଲୀ-୧୧୦୦୨୩

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ dda.org.in ରେ କ୍ଲିକ୍ କରନ୍ତୁ।

source: www.chakiri.plus

Comment