ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଖଣି ନିଗମରେ ନିଯୁକ୍ତି ସୁଯୋଗ। ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୦।

ପଦବୀ: ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର(ବିଜ୍‌ନେସ୍‌ ଏକ୍ସଲେନ୍ସ/TQM)

ବୟସ: ୪୦ରୁ ୫୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

  • ଏଆଇସିଟିଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବିଇ/ବି.ଟେକ୍‌(ମେକାନିକାଲ ପ୍ରଡକ୍ସନ/ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ) କରିଥିବା ଆବଶ୍ୟକ।
  • ଏମ୍‌ବିଏ କରିଥିବେ।
  • ମାଇନିଂ କର୍ପୋରେସନରେ କାମ କରି ସିକ୍ସ ସିଗ୍‌ମା ସାର୍ଟିଫିକେସନ ଅଭିଜ୍ଞତା ଥିବା ଦରକାର
  • ଏମ୍‌ଏସ୍‌ ପ୍ରୋଜେକ୍ଟ ଏବଂ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ/ଅନାଲିଟିକାଲ ଟୁଲ୍‌ସରେ ଜ୍ଞାନ ଥିବା ଦରକାର।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ omcltd.in ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ଆବେଦନପତ୍ର ସହିତ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ପ୍ରମାଣପତ୍ର ଯୋଡ଼ି – ଜେନେରାଲ ମ୍ୟାନେଜର (ପି ଏଣ୍ଡ ଏ), ଦ ଓଡ଼ିଶା ମାଇନିଙ୍ଗ୍‌ କର୍ପୋରେସନ ଲିମିଟେଡ୍‌, ଓଏମ୍‌ସି ହାଉସ୍‌, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ସ୍ପିଡ୍‌ପୋଷ୍ଟ କିମ୍ବା କୋରିଅର ମାଧ୍ୟମରେ ପଠାଇପାରିବେ।

ଆବେଦନ କରିବାର ଶେଷ ତାରିଖ ୨୦ ମାର୍ଚ୍ଚ ୨୦୨୦।

ଓଡ଼ିଶା ଖଣି ନିଗମ(OMC) ଓଡ଼ିଶା ସରକାରଙ୍କ ଏକ ଗୋଲ୍‌ଡ କାଟାଗୋରି ତଥା ଲାଭକାରୀ ସରକାରୀ ଉଦ୍ୟୋଗ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହାର ବାର୍ଷିକ କାରବାର ଥିଲା ୪୦୫୩ କୋଟି ଟଙ୍କା। ଓଡ଼ିଶାରେ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଏମ୍‌ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଏହି ସଂସ୍ଥା ଓଡ଼ିଶାରେ ଲୁହାପଥର, କ୍ରୋମ ଏବଂ ବକ୍ସାଇଟ୍‌ ଖଣି ଉତ୍ତୋଳନ ଓ କାରବାର ପାଇଁ ଅନୁବନ୍ଧିତ।

Comment