ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନି ଲିମିଟେଡ୍‌ (NALCO)ରେ ନିଯୁକ୍ତି ସୁଯୋଗ। ଫାଇନାନ୍ସ ବିଭାଗରେ ମ୍ୟାନେଜ୍‌ମେଣ୍ଟ ଟ୍ରେନି ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୮ ଯାଏଁ ରଖାଯାଇଛି।

ଆସିଷ୍ଟାଣ୍ଟ ମ୍ୟାନେଜର:

  • ଶିକ୍ଷାଗତ ଯୋଗ୍ୟତା- ଆଇସିଏଆଇ (ICAI)ରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ବା କଷ୍ଟ୍‌ ଆକାଉଣ୍ଟାଣ୍ଟରେ ଡିଗ୍ରୀ ହାସଲ କରିବା ସହ ଅଭିଜ୍ଞତା ଥିବ।
  • ବୟସ ସୀମା- ୨୦୨୦ ଫେବ୍ରୁଆରି ୧୯ ସୁଦ୍ଧା ୪୪ ବର୍ଷରୁ କମ୍‌ ବୟସ୍କ
  • ଦରମା- ୭୦,୦୦୦ରୁ ୨,୦୦,୦୦୦ ଟଙ୍କା
  • ଆବେଦନ ଶୁଳ୍କ- ୧୦୦ ଟଙ୍କା

ମ୍ୟାନେଜ୍‌ମେଣ୍ଟ ଟ୍ରେନି (ଫାଇନାନ୍ସ):

  • ଶିକ୍ଷାଗତ ଯୋଗ୍ୟତା- ଆଇସିଏଆଇ (ICAI) ରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ବା କଷ୍ଟ୍‌ ଆକାଉଣ୍ଟାଣ୍ଟ କରିଥିବେ।
  • ବୟସ ସୀମା- ୨୦୨୦ ଫେବ୍ରୁଆରି ୧୯ ସୁଦ୍ଧା ୩୦ ବର୍ଷରୁ କମ୍‌ ବୟସ୍କ
  • ଦରମା- ୪୦,୦୦୦ରୁ ୧,୪୦,୦୦୦ ଟଙ୍କା
  • ଆବେଦନ ଶୁଳ୍କ- ୫୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନାଲ୍‌କୋ ଓ୍ଵେବ୍‌ସାଇଟ୍‌ରୁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ ପରେ ଆବେଦନପତ୍ରର ପ୍ରିଣ୍ଟ ବାହାର କରି ମାର୍ଚ୍ଚ ୨୫ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।

ଠିକଣା– ରିକ୍ରୁଟ୍‌ମେଣ୍ଟ ସେଲ୍‌, ଏଚ୍‌ଆର୍‌ଡି ଡିପାର୍ଟମେଣ୍ଟ, ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନି ଲିମିଟେଡ୍‌, ନାଲକୋ ଭବନ, ପି/୧, ନୟାପଲ୍ଲୀ, ଭୁବନେଶ୍ଵର-୭୫୧୦୧୩

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ nalcoindia.com ରେ ଲଗ୍‌ଇନ୍‌ କରନ୍ତୁ।

source: www.chakiri.plus

Comment