ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ରଣଜୀ ସିଜନ୍ ପାଇଁ ରବିବାର ଓଡ଼ିଶା ତା’ର ଦଳ ଘୋଷଣା କରିଛି। ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ଭାବେ ଦାୟିତ୍ୱ ମିଳିବା ସହ ନୂଆ ମୁହଁ ଭାବେ ଅଙ୍କିତ ଯାଦବ ଦଳରେ ସାମିଲ ଅଛନ୍ତି।

ଡିସେମ୍ବର ୯ ତାରିଖରୁ ଛତିଶଗଡ଼ ବିପକ୍ଷରେ ଓଡ଼ିଶା ତା’ର ରଣଜୀ ସିଜିନ୍ ଆରମ୍ଭ କରିବ। ଛତିଶଗଡ଼ ଓ ସର୍ଭିସେସ୍ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ ଲାଗି ଏହି ଦଳ ଘୋଷଣା କରାଯାଇଛି। ଦଳରେ ରାଜେଶ ଧୂପୁର ଓ ସୁଜିତ୍ ଲେଙ୍କାଙ୍କୁ ୱିକେଟ୍ କିପର ଭାବେ ରଖାଯାଇଛି। ଯଦି କୌଣସି ମ୍ୟାଚ୍ ବେଳେ କେହି ଖେଳାଳି ଆହତ ହୁଅନ୍ତି, ତେବେ ତୁରନ୍ତ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

ଓଡ଼ିଶା ରଣଜୀ ଦଳ:

ଶ୍ରୁଭାଂଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡଙ୍ଗୀ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା, ରାଜେଶ ଧୂପର, ଅଙ୍କିତ ଯାଦବ ଓ ପପୁ ରାଏ

Comment