ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମକୁ ଠାବ କରିଛି ଆମେରିକା ମହାକାଶ ବିଜ୍ଞାନ ସଂସ୍ଥା ନାସା। ଡିସେମ୍ବର ୨ତାରିଖରେ ଲ୍ୟାଣ୍ଡର ବିକ୍ରମର ଧ୍ୱଂସାବଶେଷର କେତେକ ଫଟୋ ନାସା ସୋସିଆଲ ମିଡିଆରେ ସେଆର କରିଛି।
ନାସା ସେଆର କରିଥିବା ଫଟୋରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଖଣ୍ଡବିଖଣ୍ଡିତ ଅଂଶ ପଡ଼ିରହିଥିବା ଦେଖିବାକୁ ମିଳିଛି। ବିକ୍ରମ ଯେଉଁ ସ୍ଥାନରେ ଚନ୍ଦ୍ରପୃଷ୍ଠରେ ମାଡ଼ ହୋଇଥିଲା ଏହାର ୭୫୦ ମିଟର ଏରିଆରେ ଏହା ଖେଳାଇ ହୋଇପଡ଼ିଛି ବୋଲି ନାସା ସୂଚନା ଦେଇଛି।
ଚନ୍ଦ୍ରପୃଷ୍ଠର ପ୍ରାୟ ଗୋଟିଏ କିଲୋମିଟର ଦୂରରୁ ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଯାଇଛି। ଫଟୋ ଗୁଡ଼ିକରେ ଲ୍ୟାଣ୍ଡର ବିକ୍ରମ ତିନି ଫାଳ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ଏହାସହ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ମାଡ଼ ହେବା ଦ୍ୱାରା ସେଠାକାର ଚନ୍ଦ୍ରପୃଷ୍ଠରେ ମଧ୍ୟ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର ଇସ୍ରୋ ଏନେଇ ନାସା ସହ ଆଲୋଚନା ଜାରିରଖିଛି।
The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance Orbiter. See the first mosaic of the impact site https://t.co/GA3JspCNuh pic.twitter.com/jaW5a63sAf
— NASA (@NASA) 2 December 2019
ଏହାପୂର୍ବରୁ ସେହିସ୍ଥାନରେ ନାସାର ଅର୍ବିଟର ବିକ୍ରମକୁ ଖୋଜିବା ପାଇଁ ପ୍ରୟାସ କରିଥିଲା। ହେଲେ ଅର୍ବିଟର ଦେଇଥିବା ଫଟୋରେ ବିକ୍ରମକୁ ଦେଖାଯାଇପାରିନଥିଲା।
ଗତ ଜୁଲାଇ ମାସରେ ଭାରତ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇଥିଲା। ସେପ୍ଟେମ୍ବର ମାସରେ ଏହାର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ କରିବାର ଥିଲା। ଏହାସତ୍ତ୍ୱେ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ୨.୨ କିଲୋମିଟର ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଯାହାଦ୍ୱାରା ଭାରତର ମିଶନ ଚନ୍ଦ୍ର ପୂରା ହୋଇପାରିନଥିଲା।