ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ-ଅହମ୍ମଦାବାଦ୍ ପରେ ଏବେ ଦେଶର ଆଉ ଚାରୋଟି ରୁଟରେ ବୁଲେଟ୍ ଟ୍ରେନ୍ ଚାଲିବ। ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରେଳ ବିଭାଗ। ମୋଦି ସରକାର ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ହେବାକୁ ଥିବା ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟକୁ ଅନୁମତି ଦେଇସାରିଛି।

ରେଳ ବିଭାଗ ଦିଲ୍ଲୀରୁ ମୁମ୍ବାଇ, ଦିଲ୍ଲୀରୁ କୋଲକାତା, ମୁମ୍ବାଇରୁ ଚେନ୍ନାଇ ଓ ମୁମ୍ବାଇରୁ ନାଗପୁର ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଲାଇବା ପାଇଁ ଯୋଜନା କରୁଛି। ଏଥିପାଇଁ ପ୍ରାରମ୍ଭିକ ଅବସ୍ଥାରେ ଜମି ଚିହ୍ନଟ ପକ୍ରିୟା ଆରମ୍ଭ କରିଛି ରେଳ ବିଭାଗ। ବୁଲେଟ୍ ଟ୍ରେନ୍ ଆର୍ଥିକ ଦୃଷ୍ଟିରୁ ବଡ଼ ପ୍ରୋଜେକ୍ଟ ଥିବା ହେତୁ ଭାବିଚିନ୍ତି ସମସ୍ତ ପଦକ୍ଷେପ ନେଉଛନ୍ତି ସରକାର।

ଦେଶରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ୨୦୨୪ ସୁଦ୍ଧା ବୁଲେଟ୍ ଟ୍ରେନ୍ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ମୋଦୀ ସରକାର। ଏଥିପାଇଁ ମୋଟ୍ ୧ ଲକ୍ଷ ୮ ହଜାର କୋଟିର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏହାପରେ ପୁଣି ଏହି ଚାରୋଟି ରୁଟରେ ବୁଲେଟ୍ ଟ୍ରେନ୍ ଚଲେଇବା ପାଇଁ ପ୍ଲାନ୍ ପ୍ରସ୍ତୁତ କରାଯାଉଛି।

1 COMMENT

Comment