ଓଡ଼ିଶାଲାଇଭ୍‌ କୋରନା ବ୍ୟୁରୋ

କେନ୍ଦ୍ର ସରକାର ଦେଶରେ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଏପ୍ରିଲ ୧୫ ତାରିଖରୁ ଲାଗୁ ହୋଇଛି। ତେବେ ଏହି ଲକ୍‌ଡାଉନ୍‌ ପାଇଁ ସରକାର ଆଜି ନୂଆ ଗାଇଡଲାଇନ ଜାରି କରିଛନ୍ତି। ଆସନ୍ତୁ ଜାଣିବା ଏହି ଲକ୍‌ଡାଉନ୍‌ ବେଳେ କ’ଣ ଖୋଲା ରହିବ କ’ଣ ବନ୍ଦ ରହିବ।

କ’ଣ ବନ୍ଦ ରହିବ?

  • ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ।
  • ଟ୍ରେନ ଓ ବସ୍‌ ଯୋଗେ ଯାତ୍ରୀ ପରିବହନ ବନ୍ଦ।
  • ସବୁ ସିନେମା ହଲ୍‌, ମଲ୍‌, ଜିମ୍‌, ସ୍ପୋର୍ଟସ୍ କଂପ୍ଲେକ୍ସ ଓ ସୁଇମିଂ ପୁଲ୍‌ ବନ୍ଦ।
  • ସାମାଜିକ, ରାଜନୈତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିବ।
  • ଧାର୍ମିକ ସ୍ଥଳକୁ ସର୍ବସାଧାରଣ ଯିବା ମନା।
  • ସମସ୍ତ ସଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ।
  • ଶବ ସଂସ୍କାର ବେଳେ ୨୦ରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ଉପରେ କଟକଣା।
  • ହଟସ୍ପଟ ଅଞ୍ଚଳରେ କଟକଣା କଡ଼ାକଡ଼ି।

କ’ଣ ଖୋଲା ରହିବ?

  • ରାସନ, ଫଳ ଓ ପନିପରିବା ଦୋକାନ ଖୋଲା ରହିବ।
  • ମାଛମାଂସ, ଗୋଖାଦ୍ୟ, ସାର ଓ କୀଟନାଶକ ଦୋକାନ ଖୋଲା ରହିବ।
  • ବ୍ୟାଙ୍କ, ଇନ୍ସୁରାନ୍ସ ଅଫିସ୍‌ ଓ ଏଟିଏମ୍‌ ଖୋଲା।
  • ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆ ଆଦି କାର୍ଯ୍ୟ କରିବ।
  • ଟେଲି ଯୋଗାଯୋଗ, ଇଣ୍ଟରନେଟ ଓ ବ୍ରଡକାଷ୍ଟିଂ ସେବା ଜାରି ରହିବ।
  • ଖାଦ୍ୟ ଯୋଗାଣ, ମେଡିକାଲ ସାମଗ୍ରୀର ଇ-କମର୍ସ ଚାଲିବ।
  • ପେଟ୍ରୋଲ ପମ୍ପ, ଏଲପିଜି, ପେଟ୍ରୋଲିୟମ ଓ ଖୁଚୁରା ଗ୍ୟାସ ସେବା ଜାରି ରହିବ।
  • ବିଦ୍ୟୁତ ସରବରାହ ଜାରି ରହିବ, ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେବ।
  • ସରକାରୀ ତଥ୍ୟ ପ୍ରଦାନ ତଥା କଲ୍‌ ସେଣ୍ଟର ଖୋଲା ରହିବ।
  • ଚାଷ କାମ ଉପରେ ଲାଗିବ ନାହିଁ ଲକ୍‌ଡାଉନ୍‌ ନିୟମ।

Comment