ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମତୁଆଲା ହୋଇଛନ୍ତି ଦର୍ଶକ। ଶୀତୁଆ ସନ୍ଧ୍ୟାରେ କୁଚିପୁଡ଼ି ଓ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ।

ଚତୁର୍ଥ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା କୁଚିପୁଡି ନୃତ୍ୟ। କୁଚିପୁଡି ନୃତ୍ୟଗୁରୁ  ଦମ୍ପତି ରାଜା ଓ ରାଧା ରେଡ୍ଡୀଙ୍କ ସଂଯୋଜନାରେ ପ୍ରସ୍ତୁତି ଭାରତ-ଭାରତୀରେ ଏକ ନୂତନ ଭାରତକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ।

ଦ୍ୱିତୀୟ ପ୍ରସ୍ତୁତି ଥିଲା ଗଂଜାମ ଜିଲ୍ଲାର ପ୍ରହଲ୍ଲାଦ ନାଟକ। ଶ୍ରୀବିଷ୍ଣୁଙ୍କ ନୃସିଂହ ଅବତାରକୁ ନେଇ ଉପସ୍ଥାପିତ ପ୍ରହଲ୍ଲାଦ ନାଟକ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା। ଡକ୍ଟର ଶାନ୍ତୁନ କୁମାର ରଥଙ୍କ କଳାତ୍ମକ ସଂରଚାନ ଓ ଗୁରୁ ରାମହରି ଦାସଙ୍କ ସଂଗୀତ ସଂଯୋଜନାକୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀଗଣ ଏହା ମଞ୍ଚସ୍ଥ କରିଥିଲେ।

ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ସଂଯୋଜନା କରିଥିଲେ। ଚତୁର୍ଥ ସନ୍ଧ୍ୟାର ଅତିଥି ଥିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କଲ୍ପେଶ ସତେନ୍ଦ୍ର ଝାବେରୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ।

ଡକ୍ଟର ସଂଗୀତା ଗୋସାଇଁ ଓ ବିଜୟ କୁମାର ଜେନାଙ୍କ ସହ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜକାନ୍ତ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comment