ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟି-୨୦ରେ ଦମଦାର ଆରମ୍ଭ କରିଛି ଓ୍ଵେଷ୍ଟଇଣ୍ଡିଜ ଦଳ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୭ ରନ୍‌ କରିଛି। ବର୍ତ୍ତମାନ ଭାରତ ଆଗରେ ମ୍ୟାଚ ଜିତିବାକୁ ହେଲେ ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ଆରମ୍ଭରୁ ଆକ୍ରାଣାତ୍ମକ ବ୍ୟାଟିଂ କରିଥିଲା। ଲେଣ୍ଡନ ସିମୋନ୍ସ ବିଫଳ ହୋଇଥିଲେ ମଧ୍ୟ ଇଭିନ ଲୁଇସ ୪୦, ବ୍ରାଣ୍ଡନ କିଙ୍ଗ ୩୧, ହେତମାୟାର ୫୬, କିରଣ ପୋଲାର୍ଡ ୩୭ ଓ ଜାସନ ହୋଲ୍ଡର ୨୪ ରନ କରିଥିଲେ। ଏହା ଫଳରେ ଓ୍ଵେଷ୍ଟଇଣ୍ଡିଜ ୨୦ ଓଭରରେ ୨୦୭ ରନ କରି ପାରିଥିଲା।

ବର୍ତ୍ତମାନ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ବ୍ୟାଟିଂ କରିବେ। ଏହି ମ୍ୟାଚରେ ରୋହିତଙ୍କ ଉପରେ ନଜର ରହିବ।

Comment