ଓଡ଼ିଶାଲାଇଭ୍ ବ୍ୟୁରୋ

ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆ ଶୁକ୍ରବାର କ୍ରିକେଟ୍ ମୈଦାନକୁ ଓହ୍ଲାଇବ। ଦୁଇ ଦଳ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ।

ବାଂଲାଦେଶ ବିପକ୍ଷ ସିରିଜ ପରେ ଭାରତୀୟ ଟିମ୍ ପୁଣିଥରେ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଛି। ଭାରତୀୟ ଟିମ୍ ଏହି ସିରିଜରେ ଫେଭରିଟର ମାନ୍ୟତା ପାଇଥିବାବେଳେ ୱେଷ୍ଟଇଣ୍ଡିଜ୍ ଭାରତକୁ ଚକମା ଦେବା ଲକ୍ଷ୍ୟରେ ରହିଛି। ଭାରତ ପାଇଁ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି।

ଅନ୍ୟପଟେ ବାଂଲାଦେଶ ସହ ସିରିଜ ପରେ ଭାରତୀୟ ଦଳ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ। ଦଳର ବ୍ୟାଟିଂ, ବୋଲିଂ ସବୁଥିରେ ଖେଳାଳିମାନେ ସ୍ଥିର ପ୍ରଦର୍ଶନ ଦେଇଆସୁଥିବାରୁ ଅଧିନାୟକ କୋହଲିଙ୍କ ପାଇଁ ଏହି ଶୃଙ୍ଖଳା ସହଜ ହେବ ବୋଲି କୁହାଯାଉଛି। ପ୍ରଥମ ମ୍ୟାଚକୁ ଜିତି ଉଭୟ ଦଳ ସିରିଜ ଉପରେ ନିଜର ମଜବୁତ୍ ପଣ ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

Comment