ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଏହି ଏନକାଉଣ୍ଟରରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ତେବେ ପୋଲିସର ଏହି ଏନକାଉଣ୍ଟରକୁ ଗୁରୁତ୍ଵର ଭାବେ ଗ୍ରହଣ କରିଛି ଜାତୀୟ ମାନବାଧିକାର କମିସନ। ଏହି ଘଟଣାର ଜରୁରିକାଳୀନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିସନ।

ମାବାଧିକାର କମିସନ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ କମିସନ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିବ। ଏହି ଟିମ୍‌ ପୋଲିସ ମହାନିର୍ଦ୍ଦେଶକଙ୍କ ତତ୍ତ୍ଵାବଧାନରେ ଏନକାଉଣ୍ଟରର ତଦନ୍ତ କରିବ।

ଏହି ଘଟଣାରେ ବର୍ତ୍ତମାନ ତେଲେଙ୍ଗାନା ପୋଲିସକୁ ନୋଟିସ ଜାରି କରିଛି ଜାତୀୟ ମାନବାଧିକାର କମିସନ। ଏଭଳି ଘଟଣା ସମାଜ ପାଇଁ ଭୁଲ ବାର୍ତ୍ତା ଦେଉଛି ବୋଲି କମିସନ୍‌ କହିଛନ୍ତି।

LEAVE A REPLY

Please enter your comment!
Please enter your name here