ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ, ହତ୍ୟା ଓ ଏହାପରେ ପୋଲିସର ଏନକାଉଣ୍ଟରକୁ ନେଇ ସାରା ଦେଶରେ ଚର୍ଚ୍ଚା ଶେଷ ହୋଇନି। ଏହାରି ମଧ୍ୟରେ ମୃତ ଡାକ୍ତରଙ୍କ ଡିଏନ୍ଏ ରିପୋର୍ଟ ଆସିଛି।

ଅପରାଧୀମାନେ ଡାକ୍ତରଙ୍କୁ ଦୁଷ୍କର୍ମକରି ଜାଳିଦେଇଥିଲେ। ଏହାପରେ ତାଙ୍କର ମରଶରୀରକୁ ଚିହ୍ନିବା ପୋଲିସ୍ ଦ୍ୱାରା ସମ୍ଭବପର ହୋଇନଥିଲା। ତେଣୁ ଡାକ୍ତରମାନେ ମୃତ ଶରୀରର ଡିଏନ୍ଏ ସଂଗ୍ରହ କରି ପରୀକ୍ଷା ଜାରି ରଖିଥିଲେ। ଶୁକ୍ରବାର ଏହି ଡିଏନ୍ଏ ରିପୋର୍ଟ ଆସିଛି।ଡିଏନ୍ଏ ରିପୋର୍ଟରୁ ଜଳାଯାଇଥିବା ଶରୀରଟି ମୃତ ଡାକ୍ତରଙ୍କ ଥିଲା ବୋଲି ସ୍ପଷ୍ଟ ହୋଇଛି। ଏହାସହ ଚାରିଜଣ ଅପରାଧୀମାନେ ତାଙ୍କର ଦୁଷ୍କର୍ମ କରିଥିଲେ ବୋଲି ମଧ୍ୟ ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଆଗକୁ ଏ ସମ୍ବନ୍ଧରେ ଆହୁରି ଅନେକ ତଥ୍ୟ ମିଳିପାରିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।କିଛିଦିନ ତଳେ ହାଇଦ୍ରାବାଦରେ ଚାରିଜଣ ଯୁବକ ଜଣେ ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଅପରାଧୀମାନେ ଡାକ୍ତରଜଣଙ୍କୁ ସାଇବରାବାଦ ନେଇ ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ଜାଳିଦେଇଥିଲା। ଏହାପରେ ପୋଲିସ ଏହି ଘଟଣାରେ ଚାରି ଜଣ ଅପରାଧୀଙ୍କୁ ଗିରଫ କରିଥିଲା। ଖବରଟି ଗଣମାଧ୍ୟମ ଆଗକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଜୋରସୋରରେ ବିରୋଧ ହୋଇଥିଲା। ଅପରାଧୀମାନଙ୍କୁ ତୁରନ୍ତ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଜୋରଦାର ଦାବି ହୋଇଥିଲା।

ଏହି ଘଟଣାର ୯ ଦିନ ଭିତରେ ପୋଲିସ ଏକ ନାଟକୀୟ ଘଟଣା କ୍ରମେ ଅପରାଧୀମାନଙ୍କୁ ଏନକାଉଣ୍ଟର କରିଥିଲା। ଯାହାକୁ ନେଇ ପୋଲିସକୁ ସାରା ଦେଶରେ ବାଃ ବାଃ ମିଳିଥିଲା।

LEAVE A REPLY

Please enter your comment!
Please enter your name here