ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା କେ. ଦୀପିକା ଓ ଦିନେଶଙ୍କ ଡିଏନଏ ରିପୋର୍ଟ। ଦୀପିକାଙ୍କ ସନ୍ତାନର ବାପା ହେଉଛନ୍ତି ଦିନେଶ।

ଆସିଥିବା ଡିଏନଏ ରିପୋର୍ଟରେ ଉଲ୍ଲେଖ ରହିଛି ଦୀପିକାଙ୍କ ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟ ଦିନେଶ ଓ କେ. ଦୀପିକା। ଗୁରୁବାର ଦିନ ଥାନାରୁ ସାର୍ଟିଫାଏଡ କପି ଆଣିଥିଲେ କେ. ଦୀପିକା। ୨୦୨୨ ମସିହାରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲ୍ୟାବ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା।

କେ. ଦୀପିକା ଏବଂ ଦିନେଶ ପରସ୍ପରକୁ ଭଲ ପାଇ ସଂସାର ଗଢ଼ିବାକୁ ଯୋଜାନ କରିଥିଲେ। ପରେ ଦୀପିକା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୁଆ ଜନ୍ମ ହେବା ପରେ ଦିନେଶ ଧୀରେ ଧୀରେ ଦୀପିକାଙ୍କଠାରୁ ଦୂରେଇବାକୁ ଲାଗିଲେ। ଦୀପିକାଙ୍କ ସହ ଦେଖାସାକ୍ଷାତ ମଧ୍ୟ କଲେ ନାହିଁ। ଏହା ପରେ ଦୀପିକା ସ୍ତ୍ରୀର ଅଧିକାର ପାଇଁ ଦିନେଶଙ୍କ ଘରକୁ ଯାଇଥିଲେ, କିନ୍ତୁ ଦିନେଶଙ୍କ ପରିବାର ଦୀପିକା ଏବଂ ତାଙ୍କ ପୁଅକୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ।

ଏହା ପରେ ଦୀପିକା ନ୍ୟାୟ ପାଇଁ ଦିନେଶଙ୍କ ଘର ଆଗରେ ଧାରଣ ଦେଇଥିଲେ। ନିୟମିତ ବ୍ୟବଧାନରେ ଦୀପିକା ନିଜର ଏବଂ ନିଜ ସନ୍ତାନର ଅଧିକାର ପାଇଁ ଦିନେଶଙ୍କ ଘର ଆଗରେ ଧାରଣା ଦେଇ ଆସୁଥିଲେ। ଏହା ସହ ସେ ଆଇନର ଆଶ୍ରୟ ମଧ୍ୟ ନେଇଥିଲେ।

ଏହାରି ମଧ୍ୟରେ ଏହି ଘଟଣାକୁ ବର୍ଷେ ବିତି ଗଲାଣି। ଏହି ଘଟଣାକୁ ଦବାଇବାକୁ ଅପଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦୀପିକା।

ଡିଏନଏ ରିପୋର୍ଟ ଦୀପିକାଙ୍କ ସପକ୍ଷରେ ଯିବା ପରେ ଦୀପିକା ନିଜ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଶୀଘ୍ର ସେ ନ୍ୟାୟ ପାଇବା ଆଶାରେ ରହିଛନ୍ତି। ଦୀପିକା ଓ ତାଙ୍କ ସନ୍ତାନକୁ ଅପଣେଇବା ପାଇଁ ଦୀନେଶଙ୍କ ପରିବାରକୁ ଅନୁରୋଧ କରିଛନ୍ତି ଦୀପିକା।

ଗତ ୯ ତାରିଖରୁ ନ୍ୟାୟ ଦାବିରେ ଦେଶୀ ବେହେରା ସାହିରେ ଥିବା ଦିନେଶଙ୍କ ଘର ଆଗରେ ପୁଣି ଧାରଣାରେ ବସିଛନ୍ତି ଦୀପିକା।

Tags: #Bramhapur #Dinesh #KDeepika #DNAReport #Controversy

LEAVE A REPLY

Please enter your comment!
Please enter your name here