ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଅଭିଯୁକ୍ତଙ୍କ ସ୍ତ୍ରୀ ଏବେ ଚାକିରି ଓ ଘର ପାଇଁ ଦାବି କରିଛନ୍ତି।

“ମୁଁ ତ ଏବେ ଆଉ ମୋ ସ୍ୱାମୀଙ୍କୁ କିଛି ମାଗିପାରିବିନି, ସେ ତ ଚାଲିଗଲେ, ସରକାର ଏବେ ମତେ ଆମ ଗାଁରେ ଗୋଟିଏ ସରକାରୀ ଚାକିରି ଦିଅନ୍ତୁ”, ଏମିତି ଏକ ଦାବି କରିଛନ୍ତି ହାଇଦ୍ରାବାଦ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଜଣେ ଅଭିଯୁକ୍ତର ସ୍ତ୍ରୀ।ଏହାସହ ସେହି ଅଭିଯୁକ୍ତଙ୍କ ବାପା ମାଆ କହିଛନ୍ତି ଯେ, ତାଙ୍କ ପୁଅ ସେମାନଙ୍କର ଏକମାତ୍ର ସନ୍ତାନ ଥିଲା। ସେ ହିଁ ତାଙ୍କ ପେଟକୁ ଦାନା ପାଣି ଯୋଗାଉଥିଲା। ସେ ତ ମରିଗଲା, ସରକାର ଏବେ ତାଙ୍କ ବୋହୁକୁ ଚାକିରି ଏବଂ ତାଙ୍କୁ ଗୋଟିଏ ଘର ଓ ଦଶ ଲକ୍ଷ ଟଙ୍କା ଦିଅନ୍ତୁ।

କିଛି ଦିନ ତଳେ ହାଇଦ୍ରାବାଦରେ ଚାରିଜଣ ଲୋକ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା କରିଥିଲେ। ଏହାପରେ ପୋଲିସ ଏହି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଘଟଣାର ୯ ଦିନ ଭିତରେ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିଥିଲା।

ପୋଲିସ ଅଭିଯୁକ୍ତମାନଙ୍କୁ ଘଟଣାର ଡେମୋ କରିବା ପାଇଁ ଘଟଣା ସ୍ଥଳକୁ ନେଇଥିଲା। ସେଠାରେ ପୋଲିସ ହାତରୁ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟାକରି ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହାପରେ ପୋଲିସ ବାଧ୍ୟ ହୋଇ ସେମାନଙ୍କୁ ଏନକାଉଣ୍ଟର କରିଥିଲା।

ପୋଲିସ ଏନକାଉଣ୍ଟରରେ ସମସ୍ତ ୪ଜଣ ଅଭିଯୁକ୍ତ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ଜୋରସୋରରେ ଚର୍ଚ୍ଚା ହେବା ସହ ତେଲେଙ୍ଗାନା ପୋଲିସର ଦବଙ୍ଗଗିରିକୁ ଚାରିଆଡୁ ପ୍ରଶଂସା କରାଯାଇଥିଲା।

Comment