ଓଡ଼ିଶାଲାଇଭ୍ ବ୍ୟୁରୋ

Aditya-Dash-1

ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ଏନେଇ ବର୍ତ୍ତମାନ ଏନଏଚଆରସି ପୋଲିସ୍ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି।

ଆଦିତ୍ୟା ଦାଶ ମୃତ୍ୟୁ ମାମଲାରେ ଏଯାଏଁ କେଉଁସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ପୋଲିସ୍ କମିଶନରଙ୍କୁ ରିପୋର୍ଟ ମାଗିଛନ୍ତି ନାସନାସ ହ୍ୟୁମାନ୍ ରାଇଟ୍ସ୍ କମିଶନ। ପୋଲିସ କମିଶନରଙ୍କୁ ଏହି ଆକ୍ସନ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦେବାକୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି।

ଗତ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ସରକାରୀ ରେଳବାଇ ପୋଲିସ ଲିଙ୍ଗରାଜ ଷ୍ଟେସନରୁ ଉଦ୍ଧାର କରିଥିଲା। ଆଦିତ୍ୟଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରି ଜିଆର୍‌ପି ପୋଲିସ ତଦନ୍ତ ଚଳାଇଛି।

Comment