ଓଡ଼ିଶାଲାଇଭ୍ ବ୍ୟୁରୋ

aditya-dash-1

ଦିନକୁ ଦିନ ଅଡ଼ୁଆ ହୋଇ ହୋଇ ଯାଉଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ତେବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି। ଏନେଇ ତନାଘନା ଆରମ୍ଭ କରିସାରିଛି କ୍ରାଇମବ୍ରାଞ୍ଚ ଟିମ୍।

ଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା। ତେବେ ଟ୍ରେନ ଧକ୍କାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି କିମ୍ବା ଏହା ପଛରେ ରହିଛି ଅନ୍ୟ କିଛି କାରଣ ଏନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଭୁବନେଶ୍ୱର ଜିଆରପି ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।

aditya das

ତେବେ ଜିଆରପି ପଚରାଉଚରା କରିଥିବା ୨୦ରୁ ଉର୍ଦ୍ଧ ଲୋକଙ୍କ ବୟାନ, ଫିଙ୍ଗରପ୍ରିଣ୍ଟ ଓ ଅନ୍ୟାନ୍ୟ କାଗଜପତ୍ର ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ। ଏହା ସହ ଘତଣା ଦିନର ସିସିଟିଭି ଫୁଟେଜ, ସୁଇସାଇଡ୍ ନୋଟ୍, ଫୋନ କଲ୍, ବ୍ୟାଙ୍କ ଏକାଉଣ୍ଟ ଆଦିକୁ ପୋଲିସ୍ ଯାଞ୍ଚ କରିବ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ ଏବଂ ମାଲବାହି ଟ୍ରେନର ଲୋକୋ ପାଇଲଟଙ୍କୁ ମଧ୍ୟ ଜେରା କରିଥିଲା ପୋଲିସ। ତେବେ ଘଟଣାର ୨୦ ଦିନ ପରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।

Comment