ଓଡିଶାଲାଇଭ୍ ବ୍ୟୁରୋaditya-dash-1

ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୂର୍ବରୁ କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ପରିବାର ଲୋକ ଏବଂ ସାଙ୍ଗମାନଙ୍କୁ ଜେରା କରିସାରିଛି। ତେବେ ଆଜି ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଦ୍ଵିତୀୟ ଥର ପାଇଁ ଜେରା କରୁଥିବା ସୂଚନା ମିଳିଛି।

ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କ ବାପା ମା’ଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଥିବା ଜଣାପଡ଼ିଛି। ଏହାପୂର୍ବରୁ ଜିଆର୍‌ପି ପକ୍ଷରୁ ଏହି ତିନି ଜଣଙ୍କୁ ଜେରା କରାଯାଇଥିଲା।aditya 2ସେହିପରି ଗତ ଜୁଲାଇ ୩୧ ତାରିଖରେ କ୍ରାଇମବ୍ରାଞ୍ଚ ଟିମ୍ ଆଦିତ୍ୟଙ୍କ ପତ୍ନୀ, ବାପା ଏବଂ ମା’ଙ୍କୁ ଜେରା କରିଥିଲା। ଏହା ପୂର୍ବ ଦିନ ଅର୍ଥାତ୍ ଜୁଲାଇ ୩୦ ତାରିଖରେ ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ ଓ ପ୍ରୀତମ୍‌ଙ୍କୁ ପଚରାଉଚରା କରିଥିଲା କ୍ରାଇମ୍‌ବ୍ରାଞ୍ଚ।BGUଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍‌ରୁ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ବିବାଦ ଲାଗିରହିଛି।

Comment