ଓଡିଶାଲାଇଭ୍ ବ୍ୟୁରୋAditya-Dash-1

ବହୁଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ଜିଆରପି ପୋଲିସ ପରେ ଗତ ୨୪ ଦିନ ହେଲା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ଆଦିତ୍ୟଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେଉନଥିବାରୁ ଆଦିତ୍ୟଙ୍କ ପତ୍ନୀ, ଦୁଇ ସାଙ୍ଗ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟ ଫରେନ୍‌ସିକ୍ ଲ୍ୟାବ୍‌କୁ ଅନୁମତି ମାଗିଥିଲା। ଆଜି ରାଜ୍ୟ ଫରେନ୍‌ସିକ୍ ଲ୍ୟାବ୍ ଏଥିପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବାର ଦୁଇ ସଦସ୍ୟ ତଥା ଆଦିତ୍ୟଙ୍କ ଦୁଇ ସାଙ୍ଗ ପପୁ ଓ ବିକାଶ ଏବଂ ଦୀପକଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ। ତଦନ୍ତ ବେଳେ ସେମାନଙ୍କ ବୟାନରେ କୌଣସି ତାଳ ମେଳ ରହୁନଥିବାରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଆବେଦନ କରିଥିଲା। ତେବେ ସପ୍ତାହକ ମଧ୍ୟରେ ଏମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ତଦନ୍ତ ପରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିବାର ସମ୍ଭାବନା ରହିଛି ଏବଂ ଖୁବ ଶୀଘ୍ର ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି।BGUଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ରେଳ ଷ୍ଟେସନ୍‌ରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଛି ସେ ନେଇ ବିବାଦ ଲାଗିରହିଛି।

Comment