ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାର ରାଫକଣା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ମହିଳା ପ୍ରାଣ ହରାଇବା ସହ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ରାୟଗଡ଼ା-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ ବୋରିଗୁମ୍ମା ଅଞ୍ଚଳର ସାରାୟୁ ନାମକ ଜଣେ ଝିଅ ପ୍ରାଣ ହରାଇଛନ୍ତି। ସେହିଭଳି ସାରାୟୁଙ୍କ ଜେଜେବାପା ବୈଶରାଜୁ କିଷ୍ଣାରାଜୁ ଓ ତାଙ୍କର ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରାଖାନାରେ ଭର୍ତ୍ତି ହୋଇଛନ୍ତି।।

କୁମ୍ଭିକୋଟା ଫାଣ୍ଡି ଅଧିକାରୀ ବିଜୟ କହଁରଙ୍କ ସୂଚନା ଅନୁସାରେ, ବୁଧବାର ଗୋଟିଏ ବାହାଘର ଭୋଜି ଯୋଗଦେବାକୁ ସମସ୍ତେ କାରରେ ବସି ରାୟଗଡ଼ା ଯାଉଥିଲେ। ତେବେ ରାତି ପ୍ରାୟ୧୧ଟା  ସମୟରେ ରାଫକଣା ଛକ ନିକଟରେ ବ୍ରେକ ଫେଲ୍‍ ହୋଇଯିବାରୁ ଭାରସାମ୍ୟ ହରାଇ ଗାଡିଟି ରାସ୍ତା ପାଶ୍ୱର୍କୁ ଖସିପଡ଼ିଥିଲା।

ଗାଡ଼ିର ପଛର ସିଟରେ ବସିଥିବା ସାରାୟୁଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୨ ଆହତଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି। ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comment